ଖୁବ ଶୀଘ୍ର ଆମେରିକାରେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟୀକା, Pfizer ଭ୍ୟାକସିନକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରୁଛି । ସବୁ ବୟସର ଲୋକମାନେ କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ଏହି ସମୟରେ, ପିଲାମାନେ ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଏହାରି ଭିତରେ ପିଲାମାନଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଟିକା କରଣ ଶୀଘ୍ର ଆରମ୍ଭ କରାଯାଇପାରେ । ଆମେରିକାର ଫୁଡ ଏବଂ ଡ୍ରଗ୍ସ ପ୍ରଶାସନ (FDA) ଦ୍ୱାରା ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକାକୁ ଅନୁମୋଦନ ମିଳିପାରେ ।

ଟିକା ପରୀକ୍ଷା ଫଳାଫଳ 
ୟୁରୋପୀୟ ୟୁନିଅନର ଡ୍ରଗ୍ କଣ୍ଟ୍ରୋଲର୍ EMA ପିଲାମାନଙ୍କ ପାଇଁ Pfizer-BioNotech ଦ୍ୱାରା ବିକଶିତ ଟିକା ଆକଳନ କରିବା ଆରମ୍ଭ କରିଛି । ଯୁକ୍ତରାଷ୍ଟ୍ରରେ ମଧ୍ୟ ସମାନ ପରୀକ୍ଷା କରାଯାଇଛି। ଏହାପୂର୍ବରୁ ମାର୍ଚ୍ଚରେ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ଏକ ପରୀକ୍ଷଣର ଫଳାଫଳ ଦର୍ଶାଇଥିଲା ଯେ Pfizer-BioNotech କରୋନା ଭାଇରସ୍ ଟିକା ବୟସ୍କମାନଙ୍କ ତୁଳନାରେ ଯୁବକ କିଶୋରମାନଙ୍କ ଠାରେ ଅଧିକ ପ୍ରଭାବଶାଳୀ ଅଟେ। ପିଲାମାନେ ଟିକା ସାହାଯ୍ୟରେ ଶକ୍ତିଶାଳୀ ଆଣ୍ଟିବଡି ଉତ୍ପାଦନ କରିଥିଲେ ଏବଂ ଏହାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନଥିଲା । ସାଧାରଣ ଜନସଂଖ୍ୟାରେ ରୋଗ ପ୍ରତିରୋଧକ ସ୍ତର ବଢାଇବା ପାଇଁ ସୁସ୍ଥ କିଶୋରମାନେ ଗୁରୁତ୍ୱପୂର୍ଣ୍ଣ ହୋଇପାରନ୍ତି ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରେ।

ବଜାରକୁ ଆସିପାରେ ଟିକା  
ଜର୍ମାନର ଔଷଧ କମ୍ପାନୀ BioNotech କହିଛି ଯେ ଜୁନ୍ ମାସରେ ୟୁରୋପରେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରିବ। ୟୁଏଇ କମ୍ପାନୀର ଟିକା ଆକଳନ କରିବା ଆରମ୍ଭ କରିଛି। ଫାଇଜର ଏବଂ ଏହାର ସହଯୋଗୀ କମ୍ପାନୀ ବାୟୋନୋଟେକ୍ ଚଳିତ ବର୍ଷ ମାର୍ଚ୍ଚ ଶେଷରେ ଦାବି କରିଛନ୍ତି ଯେ କୋଭିଡ -19 ଟିକା ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବୟସ୍କଙ୍କ ପରି କୋରାନା ଜୀବାଣୁ ମହାମାରୀର ପ୍ରଭାବକୁ ରୋକିବା ପାଇଁ ଏହା ପ୍ରଭାବଶାଳୀ ଅଟେ। ୧୨ ରୁ ୧୫ ବର୍ଷ ବୟସର ପାଖାପକୀ ୧୨୬୦ ଆମେରିକୀୟ ସ୍ବେଚ୍ଛାସେବୀଙ୍କୁ କରୋନା ଟିକା ଦେବା ପରେ ପ୍ରକାଶିତ ପ୍ରାଥମିକ ତଥ୍ୟ ଆଧାରରେ କମ୍ପାନୀ ଏହି ଦାବି କରିଛି।

 

Post End