ଭୁବନେଶ୍ୱର: ଅଷ୍ଟ୍ରେଲିୟାର ମହାନ ଲେଗ ସ୍ପିନର ସେନ ୱାର୍ନଙ୍କ ମୃତ୍ୟୁ ଖବର ସମଗ୍ର କ୍ରିକେଟ ଜଗତକୁ ଥରାଇ ଦେଇଛି। ଶୁକ୍ରବାର ଦିନ ଥାଇଲାଣ୍ଡରେ ସେନ ୱାର୍ନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ହେତୁ ୫୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ ୱାର୍ଣ୍ଣ । ସୋମବାର ବାହାରିଥିବା ମୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସେ ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଆଉ ଠିକ ଏହି ସମୟରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ।
ଡେଲିମେଲର ରିପୋର୍ଟ ଅନୁଯାୟୀ, ସିସିଟିଭି ଫୁଟେଜରୁ ଏହା ଜଣାପଡିଛି ଯେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେନ ୱାର୍ନ ଚାରିଜଣ ମସାଜ ମହିଳାଙ୍କୁ ରିସୋର୍ଟକୁ ଡାକିଥିଲେ। ଶୁକ୍ରବାର ଦିନ ଅପରାହ୍ନ ୧:୫୩ ରେ ଚାରିଜଣ ମହିଳା ରିସୋର୍ଟକୁ ଆସିଥିଲେ । ସେଥିମଧ୍ୟରୁ ଦୁଇ ଜଣ ୱାର୍ନଙ୍କ ରୁମକୁ ଯାଇଥିଲେ ଏବଂ ଅନ୍ୟ ଦୁଇଜଣ ତାଙ୍କ ସାଙ୍ଗ ରୁମକୁ ଯାଇଥିଲେ । ସିସିଟିଭି ଫୁଟେଜ ଅନୁଯାୟୀ ସମସ୍ତ ମହିଳା ରାତି ୨.୫୮ ରେ ରିସର୍ଟ ଛାଡିଥିଲେ। ଦୁଇଘଣ୍ଟା ପରେ ଅର୍ଥାତ ୫:୧୫ ମିନିଟ୍ ରେ, ସେନ ୱାର୍ନ ଚେତାଶୂନ୍ୟ ଅବସ୍ଥାରେ ରୁମରେ ପଡିଥିବା ଦେଖିବାକୁ ମିଳେ, ସାଙ୍ଗମାନେ ତାଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଅନ୍ତି ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।