ବ୍ରାହ୍ମଣୀ ନଦୀରେ ଅଘଟଣ, ବୃଦ୍ଧଙ୍କୁ ଟାଣିନେଲା କି କୁମ୍ଭୀର !

କେନ୍ଦ୍ରାପଡା : କୁମ୍ଭୀର ଟାଣିନେଲା ବୃଦ୍ଧଙ୍କୁ | ନିକଟସ୍ଥ ବ୍ରାହ୍ମଣୀ ନଦୀ ରେ ଗାଧୋଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି |
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଂଚାୟତ ଜଗରନାଥପୁର ଗ୍ରାମରେ ଘଟିଯାଇଛି ଏଭଳି ଦୁଃଖଦ ଘଟଣା |

ସୂଚନା ଅନୁଯାୟୀ, ଅମୃତମଣୋହି ପଂଚାୟତ ଅନ୍ତର୍ଗତ ଜଗରନାଥପୁର ଗ୍ରାମର ୫୨ ବର୍ଷୀୟ ବୃଦ୍ଧ ପୁରୁଷୋତ୍ତମ ଧଳ ଗାଧୋଇବା ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇଥିଲେ | ଦୀର୍ଘ ସମୟ ଧରି ଘରକୁ ନ ଆସିବାରୁ ପରିବାର ଲୋକ ଖୋଜିବାକୁ ନଦୀକୁ ଯାଇଥିଲେ | ସେଠିକାର ଆଲୋକଙ୍କ କହିବା ଅନୁଯାୟୀ , ଏଠାରେ ଏକ କୁମ୍ଭୀର ବୁଲୁଥିଲା, ସେ ବୋଧେ ନେଇଯାଇଛି |କିଛି ସମୟ ପରେ କୁମ୍ଭୀର ପୁରୁଷୋତ୍ତମକୁ ଧରି ଥିବାର ଦେଖିବାକୁ ମିଳିଥିଲା | ଏହି ଘଟଣା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦିଆଯାଇଥିଲା | ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ପୁରୁଷୋତ୍ତମଙ୍କ କୌଣସି ପତ୍ତା ମିଳିପାରିନାହିଁ |
ମୁଖ୍ୟତଃ ଭିତରକନିକା ଜାତୀୟ ଉଦ୍ୟାନ ଓ ଏହା ବାହାରେ ପ୍ରବାହିତ ନଦୀଗୁଡିକରେ କୁମ୍ଭୀରମାନଙ୍କର ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ସେ ସବୁ ଅଞ୍ଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ |