ଅପହରଣ ଯବାନଙ୍କ ୫ ବର୍ଷୀୟ ଝିଅର ଭାବପ୍ରବଣ ଅନୁରୋଧ ,ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

ଭୁବନେଶ୍ୱର : ରାୟପୁର ଛତିଶଗଡର ବିଜାପୁରରେ ଶନିବାର ଦିନ ନକ୍ସଲଙ୍କ ମୁକାବିଲାରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଆଉ ଜଣେ ଯବାନ ଏବେବି ନକ୍ସଲଙ୍କ କବଜ୍ଜାରେ ଅଛନ୍ତି। ନକ୍ସଲମାନେ କାବୁ କରିଥିବା ଏହି ଯବାନ ଜଣକ ହେଉଛନ୍ତି ରାକେଶ୍ୱର ସିଂ ମନହାସ୍ (Rakeshwar Singh Manhas) । ଏନେଇ ନକ୍ସଲମାନେ ଭିଡିଓ କରି ଜଣାଇଥିବା ସୂଚନା ମିଳିଛି ।

ସେୟାର୍ ହୋଇଥିବା ଭିଡିଓରେ ନକ୍ସଲମାନେ କହିଛନ୍ତି ଯେ , CRPF ଜବାନ୍ ରାକେଶ୍ୱର ସିଂ ମନହାସ୍ ଆମ ଅଧୀନରେ ଅଛନ୍ତି। ତାଙ୍କର କୌଣସି ଅନିଷ୍ଟ କରାଯାଇ ନାହିଁ। ଏହି ଭିଡିଓ ଜାରିହେବ ପରେ, ଯବାନଙ୍କ ୫ ବର୍ଷୀୟ ଝିଅ ରାଘବୀ ନକ୍ସଲମାନଙ୍କ ପାଇଁ ଏକ ଭାବପ୍ରବଣ ପୂର୍ଣ୍ଣ ଭରା ଏକ ଆବେଦନ କରିଛନ୍ତି। ସେଇ ଭିଡିଓରେ ରାଘବୀ କହିଛନ୍ତି,” ପାପାଙ୍କ ପରୀ..ପାପାଙ୍କୁ ବହୁତ ମିସ କରୁଛି, ପ୍ଲିଜ ନକ୍ସଲ ଅଙ୍କଲ …ମୋ ପାପାଙ୍କୁ ଛାଡ଼ିଦିଅନ୍ତୁ । ତେବେ ରାଘବୀଙ୍କ ଏହି ବାର୍ତ୍ତାକୁ ଯିଏ କିଏ ବି ଶୁଣୁଛି ଆଉ ଦେଖୁଛି,ସେ ଭାବପ୍ରବଣ ହେଇଯାଉଛି ।

ବିଜେପୁର ହୋଇଥିବା ନକ୍ସଲ ଏନକାଉଣ୍ଟରରେ ସହିଦ ହୋଇଥିବା ୨୨ ଜଣ ଯବାନଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ସୋମବାର ଜଗଦଲପୁର ପୋଲିସ ଲାଇନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଆକ୍ରମଣରେ ସମୁଦାୟ ୩୨ ଜଣ ଯବାନ ଆହତ ହୋଇଛନ୍ତି ।