ଭୁବନେଶ୍ୱର: ଭାରତରେ ନୂତନ ଷ୍ଟାର୍ଟ ସୁଇଚ୍ ମୋଟୋକର୍ପ CSR 762 ନାମକ ଏକ ନୂତନ ଇଲେକ୍ଟ୍ରିକ ମୋଟରସାଇକେଲ ଲଞ୍ଚ କରିଛି । ଏହି ଇ-ବାଇକ୍ ର ଶୋ’ରୁମ୍ ମୂଲ୍ୟ ୧.୬୫ ଲକ୍ଷ ଟଙ୍କା ରଖାଯାଇଛି। ୨୦୨୨ ମସିହାରେ କମ୍ପାନୀ CSR 762 ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି।
CSR 762 ଏକ ୩.୭ କିଲୋୱାଟ-ଆୱର ଲିଥିୟମ୍-ଆୟନ ବ୍ୟାଟେରୀ ପ୍ୟାକ୍ ଦ୍ୱାରା ଚାଳିତ ଯାହା ୧୦ କିଲୋୱାଟ ଶକ୍ତି ଏବଂ ୫୬ Nm ଶିଖର ଟର୍କକୁ ବାହାର କରିଥାଏ । ଏହି ବ୍ୟାଟେରୀକୁ ମଧ୍ୟ ଅଦଳବଦଳ କରାଯାଇପାରେ। ଗୋଟିଏ ଚାର୍ଜରେ, ଏହି ଇଲେକ୍ଟ୍ରିକ ବାଇକ୍ ୧୧୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ ଏବଂ ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି । କମ୍ପାନୀ ଏହି ଇଲେକ୍ଟ୍ରିକ ବାଇକ୍ ରେ ୩ ଟି ରାଇଡିଂ ମୋଡ୍ ମଧ୍ୟ ଦେଇଛି ।