ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ଅଜବ ଅଫର, ମୋବାଇଲ କିଣିଲେ ଫ୍ରିରେ ମିଳିବ ପେଟ୍ରୋଲ ଆଉ ଲେମ୍ବୁ

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଏବଂ ଲେମ୍ବୁ ଦର ବୃଦ୍ଧି ହେତୁ ସବୁଠି ସନ୍ତୋଷର ନିଆଁ। ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ବାରାଣାସୀ ଜିଲ୍ଲାରୁ ଆସିଛି ଏକ ଅଦ୍ଭୁତ ଚିତ୍ର । ବନାରସର ଜଣେ ମୋବାଇଲ୍ ଦୋକାନୀ ଗ୍ରାହକମାନଙ୍କ ପାଇଁ ଏକ ନିଆରା ଅଫର୍ ଆଣିଛନ୍ତି ।

ବାରାଣାସୀର ମୋବାଇଲ୍ ଦୋକାନର ମାଲିକ ତାଙ୍କ ଦୋକାନ ବାହାରେ ଏବଂ ଭିତରେ ପୋଷ୍ଟର ଲଗାଇଛନ୍ତି ଯେ ଯଦି କେହି ତାଙ୍କ ଦୋକାନରୁ ୧୦ ହଜାର ମୂଲ୍ୟର ମୋବାଇଲ୍ କିଣନ୍ତି, ତେବେ ତାଙ୍କୁ ୧ ଲିଟର ପେଟ୍ରୋଲ ମାଗଣାରେ ଦିଆଯିବ। କେବଳ ଏତିକି ନୁହେଁ, ଯଦି କେହି ତାଙ୍କ ଦୋକାନରୁ ୧୦୦ ଟଙ୍କା ମୂଲ୍ୟର ମୋବାଇଲ୍ ଆସେସୋରିଜ୍ ନିଅନ୍ତି, ତେବେ ତାଙ୍କୁ ୨ ଟି ଲେମ୍ବୁ ମାଗଣାରେ ଦିଆଯିବ । ଦୋକାନ ମାଲିକଙ୍କ ଏଭଳି ଅଫର ପରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି ।