ଭୁବନେଶ୍ୱର/ଆମେରିକା : ଚର୍ଚ୍ଚାରେ ଆମେରିକାର ୩୦ ବର୍ଷୀୟ ମହିଳା ଡାକୋଟା କୁକ୍ (Dakota Cooke) । ଡାକୋଟା ଜଣେ ମହିଳା କିନ୍ତୁ ତାଙ୍କର ଜନ୍ମରୁ ଦାଢ଼ି ରହିଆସିଛି। ଆପଣ ଭାବୁଥିବେ ଯେ ଏଥିରେ କ’ଣ ନୂଆ ଅଛି ? ପୁରୁଷଙ୍କ ଭଳି ଅନେକ ମହିଳାଙ୍କର ସାମାନ୍ୟ ତମ ଦାଢ଼ି ଏବଂ ନିଶ ଥାଏ। କିନ୍ତୁ ଡାକୋଟାଙ୍କ ପୁରୁଷଙ୍କ ପରି ମୋଟା ଦାଢ଼ି ଅଛି,ଯାହା ମହିଳାମାନଙ୍କ ମଧ୍ୟରେ ଏକ ଅସାଧାରଣ କଥା।
ଡାକୋଟା କହିଛନ୍ତି ଯେ ୧୩ ବର୍ଷ ବୟସରୁ ତାଙ୍କର ମୁହଁରେ ଦାଢ଼ି ଆସିବାକୁ ଲାଗିଲା। ସେ ପ୍ରାରମ୍ଭିକ ଦିନରେ ବହୁତ ଅସହଜ ଅନୁଭବ କରୁଥିଲେ । ତାଙ୍କୁ ଲୋକମାନଙ୍କ ମଧ୍ୟରେ ଲଜ୍ଜିତ ହେବାକୁ ପଡୁଥିଲା । ଯେଉଁମାନେ ତାଙ୍କ ସହ କାମ କରୁଥିଲେ ସେମାନେ ମଧ୍ୟ ତାଙ୍କୁ ଭିନ୍ନ ଭାବରେ ଦେଖୁଥିଲେ। ଫଳରେ ସେ ଦିନକୁ ଦୁଇଥର ଦାଢ଼ି କାଟୁଥିଲେ।
୨୦୧୫ ପରଠାରୁ ସେ ଆଉ ଦାଢ଼ି କାଟି ନାହାଁନ୍ତି। ବର୍ତ୍ତମାନ ସେ ନିଜକୁ ‘ଡାକୋଟା ଦାଢ଼ି ମହିଳା’ ବୋଲି କହିବାକୁ ପସନ୍ଦ କରନ୍ତି। ସେ କହିଛନ୍ତି ଯେ ସେ ସମ୍ମୁଖୀନ ହେଉଥିବା ଭେଦଭାବରେ ସେ ଅତ୍ୟନ୍ତ କ୍ଳାନ୍ତ ହୋଇଯାଇଥିଲେ, ତା’ପରେ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ପରେ ସେ ଦାଢ଼ି ନ କାଟିବାକୁ ନିଷ୍ପତ୍ତି ନେଲେ। ଏବେ ସେ ନିଜ ଦାଢ଼ି ପାଇଁ ସବୁଠି ଚର୍ଚ୍ଚିତ ହୋଇପାରିଛନ୍ତି।