ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ହାଇସ୍କୁଲର ଜଣେ ୧୦ ମ ଶ୍ରେଣୀର ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ପରେ ସ୍କୁଲକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହିତ ସ୍କୁଲକୁ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରର ଏକ ସ୍ୱତନ୍ତ୍ର କୋଠରୀରେ ସାଙ୍ଗରୋଧରେ ରଖାଯିବା ସହିତ ଛାତ୍ରୀନିବାସକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।
ସୂଚନା ଅନୁସାରେ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ମାନେ ବିଦ୍ୟାଳୟକୁ ଅଧୟନ କରିବାକୁ ଆସିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା, ସେତେବେଳେ ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ଛାତ୍ରୀକୁ ସଙ୍ଗରୋଧରେ ରଖାଯିବା ସହିତ ଛାତ୍ରୀନିବାସକୁ ୧୦ ଦିନ ପାଇଁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା କନ୍ଧମାଳ DWO କହିଛନ୍ତି ।