ଉଦାହରଣ ସୃଷ୍ଟି କଲେ ଝାରସୁଗୁଡା ବ୍ରଜରାଜନଗରର ୩ ଝିଅ, ଭାଇ ସହ ମିଶି କଲେ ଏମିତି କାମ

ଭୁବନେଶ୍ୱର: ସାଧାରଣତଃ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ପୁଅ ମାନେ କାନ୍ଧ ଦେଇଥାନ୍ତି । ହେଲେ ଏଠି ବାପାଙ୍କ ମର ଶରୀରକୁ କାନ୍ଧ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ମୃତ ବୃଦ୍ଧ ବାପାଙ୍କ ୩ ଝିଅ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳରେ । ବାପା ଦେବାର୍ଚ୍ଚନ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାପରେ ତିନି ଝିଅ ରେଣୁକା ପ୍ରଧାନ, କମଳା ପ୍ରଧାନ ଓ ନବନିତା ବାରିକ ଘରକୁ ଆସି ବାପାଙ୍କର ସେବା କରୁଥିଲେ । ବାର୍ଦ୍ଧ୍ୟକ ଜନିତ କାରଣରୁ ବାପା ଦେବାର୍ଚ୍ଚନଙ୍କ ମୃତ୍ୟୁ ହେବା ପରେ ନିଜ ସାନ ଭାଇ ଧରଣୀ ପାତ୍ରଙ୍କ ସହ ତିନି ଭଉଣୀ ମିଶି ବାପାଙ୍କ ମର ଶରୀରକୁ ସ୍ମଶାନ ପର୍ଯ୍ୟନ୍ତ କାନ୍ଧେଇ ନେଇଥିଲେ। ତେବେ ଝିଅଙ୍କ ଏଭଳି ଉଦ୍ୟମକୁ ସଭିଏଁ ପ୍ରଶଂସା କରିଛନ୍ତି ।