ଭୁବନେଶ୍ୱର: କୁହାଯାଏ ଯେ ମା ନିଜ ସନ୍ତାନର ସୁରକ୍ଷା ପାଇଁ କିଛିବି କରିପାରେ । ଯଦି ପିଲାଟି ବିପଦରେ ଥାଏ, ତେବେ ମା ନିଜ କଥା ଚିନ୍ତା କରେ ନାହିଁ ଏବଂ ପିଲାର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲେଗେଇଦିଏ । ସେ ମଣିଷ ହେଉ କି ପଶୁ, ମା’ର ପ୍ରେମ ସମସ୍ତଙ୍କ ପାଇଁ ସମାନ । କୁମ୍ଭୀର କବଳରୁ ଛୁଆକୁ ବଞ୍ଚେଇବାକୁ ଯାଇ କିଭଳି ମା ହରିଣ ନିଜ ଜୀବନକୁ କିଭଳି ବାଜିରେ ଲଗେଇଦେଲା ତାହା ଦଖିଲା ପରେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ ।
ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ପାଇବେ ଯେ , ହରିଣ ଛୁଆକୁ କୁମ୍ଭୀରଟି ଶିକାର କରିବାକୁ ଯାଉଥିଲା, ସେତେବେଳେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା।
No words can describe the power, beauty and heroism of mother’s love ??
Heartbreaking video of a mother deer sacrificing herself for saving her baby ?
It reminds us to Never ignore your parents and family.
Respect them and take care of them when it’s your turn ??(VC : SM ) pic.twitter.com/e8K9WQiqIc
— Sonal Goel IAS (@sonalgoelias) April 6, 2022
ଯେତେବେଳେ ମା ହରିଣ କୁମ୍ଭୀରକୁ ନିଜ ପିଲାକୁ ଶିକାର କରିବାକୁ ପାଖକୁ ଯାଉଥିବାର ଦେଖେ, ତା’ପରେ ସେ କିଛି ଚିନ୍ତା ନକରି ତୁରନ୍ତ ପାଣି ଭିତରକୁ ଡେଇଁପଡେ । ଶେଷରେ ନିଜ ପିଲା ଏବଂ କୁମ୍ଭୀର ମଧ୍ୟ ଭାଗକୁ ଚାଲିଆସେ । ଭୋକିଲା କୁମ୍ଭୀରଟି ପିଲାଟିକୁ ଛାଡି ମା ହରିଣକୁ ଶିକାର କରେ ଏବଂ ଶେଷରେ ପିଲାଟି ବଞ୍ଚିଯାଏ। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓଟି ସମସ୍ତଂକୁ ଭାବପ୍ରବଣ କରୁଛି ।