ଚର୍ଚ୍ଚାରେ ମହିଳା ସବ୍-ଇନ୍ସପେକ୍ଟର ପ୍ରିୟଙ୍କା , ଫେରାର ଅଭିଯୁକ୍ତ କୁ ଧରିଲେ ଏମିତି

ଭୁବନେଶ୍ୱର: ଚର୍ଚ୍ଚାରେ ଦିଲ୍ଲୀ ପୋଲିସର ମହିଳା ସବ୍-ଇନ୍ସପେକ୍ଟର ପ୍ରିୟଙ୍କା ସାଇନି । ଜଣେ ନାବାଳିକାକୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ସବ୍-ଇନ୍ସପେକ୍ଟର ପ୍ରିୟଙ୍କା ନେଇଥିବା ପଦ୍ଧତିକୁ ଏବେ ବେଶ ପ୍ରଶଂସା କରାଯାଉଛି। ଡାବରୀ ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସର ଏହି ଏସଆଇ ପ୍ରଥମେ ସୋସିଆଲ ମିଡିଆ ସାଇଟରେ ଅଭିଯୁକ୍ତଙ୍କୁ ଟ୍ରାକ କରି ତାଙ୍କ ସହ ବନ୍ଧୁତା କରିଥିଲେ। ତା’ପରେ ଦିନେ ଅଭିଯୁକ୍ତକୁ ଏକ ରେଷ୍ଟୁରାଣ୍ଟରେ ଭେଟିବା ବାହାନା କରି ତାକୁ ଗିରଫ କରିଥିଲେ ।

ପୀଡିତା ପୋଲିସକୁ କହିଥିଲେ ଯେ ସେ କିଛି ମାସ ପୂର୍ବରୁ ତାଙ୍କ ଘର ନିକଟରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ଥିଲା ଏବଂ ତା’ପରେ ଏକ ଶାରୀରିକ ସମ୍ପର୍କ ମଧ୍ୟ ହେଲା | କିନ୍ତୁ ଏହା ପରେ ଅଭିଯୁକ୍ତ ତାଙ୍କ ଠାରୁ ଦୂରେଇ ଯିବାକୁ ଲାଗିଲା। ପୀଡିତାଙ୍କ ଅନୁଯାୟୀ ସେ ନିଜ ଫୋନ୍ ନମ୍ବର ମଧ୍ୟ ଦେଇନାହାଁନ୍ତି। ତେଣୁ ଯେତେବେଳେ ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ଅଭିଯୁକ୍ତକୁ ଖୋଜିବା ପୋଲିସ ପାଇଁ ମଧ୍ୟ କିଛି ସହଜ ନଥିଲା। ଏଭଳି ପରିସ୍ଥିତିରେ ଏସଆଇ ପ୍ରିୟଙ୍କା ସାଇନିଙ୍କ ଚତୁରତା ଯୋଗୁଁ ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ସବ୍ ଇନ୍ସପେକ୍ଟର ପ୍ରିୟଙ୍କା ସାଇନି କହିଛନ୍ତି ଯେ ଏହି ଯେତେବେଳେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା, ସେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଫେସବୁକରେ ଖୋଜିବା ଆରମ୍ଭ କରିଥିଲେ। ଏଥିପାଇଁ ପ୍ରିୟଙ୍କା ସାଇନି ଫେସବୁକରେ ଏକ ନୂଆ ପ୍ରୋଫାଇଲ୍ ମଧ୍ୟ ସୃଷ୍ଟି କରିଥିଲେ । ପରେ ଅଭିଯୁକ୍ତ ସହ ସମ୍ପର୍କ ବଢ଼ାଇ ଅତି ଚତୁରତାର ସହ ତାଙ୍କୁ ସାକ୍ଷାତ କରିବା ପାଇଁ ଏକ ହୋଟେଲ କୁ ଡାକିଥିଲେ । ଅଭିଯୁକ୍ତ ଜଣକ ସାଇନୀଙ୍କ କଥାରେ ପଡି ଚାଲିଆସିଥିଲେ । ହେଲେ ଅଭିଯୁକ୍ତ ଜଣକ ଜାଣିନଥିଲା ଯେ, ହୋଟେଲକୁ ଡ଼ାକିଥିବା ଯୁବତୀ ଜଣକ ପୋଲିସ ଅଫିସର ବୋଲି ।