‘ଡ୍ରାମା କ୍ୱିନ’ ଙ୍କ ପାଇଁ ବଢ଼ିଲା ଅଡୁଆ , ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଦିଲ୍ଲୀର ବିକାଶପୁରୀ ପୋଲିସ ଷ୍ଟେସନରେ ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ବେଶ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କେବଳ ରାକ୍ଷୀ ନୁହନ୍ତି ତାଙ୍କ ଭାଇ ରାକେଶ ସାୱନ୍ତଙ୍କ ସହ ଅନ୍ୟ କେତେକଙ୍କ ନାମରେ ମଧ୍ୟ ଏଫ୍ଆଇଆରରେ ନାମିତ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲା ପଞ୍ଜିକୃତ ହୋଇଛି।

ପୋଲିସର ସୂଚନାନୁସାରେ, ଚଳଚ୍ଚିତ୍ର ନିର୍ମାଣ ଏବଂ ଏକ ନୃତ୍ୟ ପ୍ରତିଷ୍ଠାନ ଖୋଲିବା ନାମରେ ରାଖୀଙ୍କ ଭାଇ ଶିଲେଶ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। କୁହାଯାଇଥିଲା ଯେ ରାକ୍ଷୀ ସାୱନ୍ତ ଏହି ନୃତ୍ୟ ପ୍ରତିଷ୍ଠାନର ଏକ ଅଂଶ ହେବେ କିନ୍ତୁ ଏହିପରି କିଛି ଘଟି ନଥିଲା।

ଘଟଣା କଣ ?
ପୋଲିସର ସୂଚନାନୁସାରେ, ମାମଲା ୨୦୧୭ ମସିହାରୁ ହୋଇଛି। ଅଭିଯୋଗକାରୀ ରାକେଶ ସାୱନ୍ତଙ୍କୁ ୨ କିସ୍ତିରେ ୬ ଲକ୍ଷ ଟଙ୍କା ଦେଇଥିଲେ। ଯେଉଁଥିରେ ରାକେଶ ସାୱନ୍ତ ଡିସେମ୍ବର ୨୦୧୭ ରେ ୭ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଟଙ୍କା ଆଉ ଫେରସ୍ତ କରିନଥିଲେ । ପରେ ୨୨ ଫେବୃଆରୀରେ ଠକେଇ ଅଭିଯୋଗ ନେଇ ପୋଲିସ ଏକ ମାମଲା ରୁଜୁ କରିଛି।

ରାକ୍ଷୀଙ୍କୁ ପଚରାଉଚରା କରିପାରେ ପୋଲିସ
କୋର୍ଟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ପୋଲିସ ପୁରା ମାମଲାର ତଦନ୍ତ କରୁଛି। ଅନୁସନ୍ଧାନ ବେଳେ ବାହାରିଥିବା ପ୍ରମାଣକୁ ଆଧାର କରି ପୋଲିସ ରାକ୍ଷୀ ସାୱନ୍ତଙ୍କୁ ମଧ୍ୟ ପଚରାଉଚରା କରିପାରେ ।