ପ୍ରିୟ ଧୋନି, ଦୟାକରି ଆଇପିଏଲରୁ ଅବସର ନିଅନ୍ତୁ

ମଙ୍ଗଳବାର ଦିନ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2020 ର ଚତୁର୍ଥ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 15 ରନରେ ପରାସ୍ତ ହେବାପରେ ସିଏସକେର ଅଧିନାୟକ ଏମଏସ ଧୋନି ନିଜ ରାଗକୁ ଆୟତ୍ତ କରି ପାରି ନଥିଲେ।

ଏହା ହେଉଛି ଚେନ୍ନାଇର ଚଲିତ ସିଜିନର ପ୍ରଥମ ପରାଜୟ । ଦଳ ପରାସ୍ତ ହୋଇଥିଲେ ମଧ୍ୟ ଫ୍ୟାନ୍ ମାନେ ମହେନ୍ଦ୍ର ସିଂ ଧୋନୀଙ୍କ ପୁରୁଣା ରୂପ ଦେଖିବାକୁ ପାଇଥିଲେ । ଧୋନୀ ଶେଷ ଓଭରର ଶେଷ ତିନୋଟି ବଲରେ ହାଟ୍ରିକ୍ ଛକା ଲଗାଇଥିଲେ । ଧୋନୀ ବହୁ ବିଳମ୍ବରେ ବ୍ୟାଟିଂ ପାଇଁ ଆସିଥିଲେ । ସେ ଆରମ୍ଭରୁ ଧିମା ଖେଳିଥିଲେ । ସେ ୧୭ ବଲ୍‌ରୁ ଅପରାଜିତ ୨୯ ରନ୍ କରିଥିଲେ ।

ଏହି ଇନିଂସରେ ସେ ୩ଟି ଆକର୍ଷଣୀୟ ଛକା ମାରିଥିଲେ । ତେବେ ଗତ ମ୍ୟାଚରେ ପ୍ରଶଂସକମାନେ ଅନୁଭବ କରିଥିଲେ ଯେ ଧୋନୀ ଦଳ ନିମନ୍ତେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିଥାନ୍ତେ | ସେ ଏକ ସମୟରେ 11 ବଲରେ 7 ରନ୍ ସଂଗ୍ରହ କରିଥିଲେ | ଧୋନୀ ନିଜ ପୂର୍ବରୁ ସାମ କରନ, ଋତୁରାଜ ଗାଏକୋଓ୍ଵାଡ ଓ କେଦାର ଯାଦବଙ୍କୁ ଉପର କ୍ରମରେ ବ୍ୟାଟିଂ ପାଇଁ ପଠାଇଥିଲେ।

ଏମଏସ ଧୋନୀ ୭ ନମ୍ବରରେ ବ୍ୟାଟିଂ କରିବା ନିମନ୍ତେ କ୍ରିଜକୁ ଆସିଥିଲେ | ତେବେ ଅଧିନାୟକ ଭାବେ ବିଶାଳ ଲକ୍ଷ୍ୟର ପିଛା କରିବା ବେଳେ ଉପର କ୍ରମରେ ବ୍ୟାଟିଂ କରିବାକୁ ଆସି ଦଳର ନେତୃତ୍ଵ ନେବା ଦରକାର ଥିବା ଅନୁଭବ କରିଥିଲେ ଧୋନିଙ୍କ ପ୍ରଶଂସକ ଏବଂ ଆନ୍ତର୍ଜାତୀୟ କ୍ରିକେଟ ଭଳି ଧୋନିଙ୍କୁ ଆଇପିଏଲରୁ ମଧ୍ୟ ଅବସର ନେବା ସମୟ ଆସିଯାଇଛି ବୋଲି ମତାମତ ରଖିଥିଲେ ।

ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ନିଷ୍ପତ୍ତିକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ତେବେ ଆଜି ସିଏସକେ ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି |

ଆଜି ଦିଲ୍ଲୀ କ୍ୟାପିଟାଲ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବେ ଦର୍ଶକ | ତେବେ ସିଏସକେ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ହେବାକୁ ଥିବା ଆଜିର ମ୍ୟାଚରେ ଧୋନୀଙ୍କ ଭଲ ପ୍ରଦର୍ଶନ ନେଇ ଫ୍ୟାନ୍ସ ମାନେ ଖୁବ୍ ଆଶାତୀତ ଅଛନ୍ତି |