ତାମିଲନାଡୁରେ ଡିଏମକେର ବଡ ଘୋଷଣା

ତାମିଲନାଡୁ : ତାମିଲନାଡୁରେ ଡିଏମକେର ବଡ ଘୋଷଣା | ପ୍ରତି ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ମାସିକ ଦେବାକୁ ପ୍ରତିଶ୍ରୁତି |
ନିର୍ବାଚନ ଋତୁ ଆସିଲେ ପ୍ରତି ଦଳ କିଛି ନା କିଛି ସଂକଳ୍ପ ପତ୍ର ଜାରି କରନ୍ତି | ଏବେ ବିଧାନସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଡିଏମକେ ଏକ ଘୋଷଣା କରିଛି | ରବିବାର ଦିନ ଦଳର ସଂକଳ୍ପ ପତ୍ର ଜାରି କରାଯାଇଛି |

ଦଳର ମୁଖ୍ୟ ଏମକେ ଷ୍ଟାଲିନ ସାତ ସୁତ୍ରୀ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏଥିସହ ଡିଏମକେ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ସରକାର ଗଢିଲେ ପ୍ରତି ମାସରେ ରାଜ୍ୟର ସମସ୍ତ ମହିଳାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି | ସମସ୍ତଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଡିଏମକେ ପ୍ରତି ପରିବାରର ମହିଳାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ମାସିକ ଦେବାକୁ ପ୍ରତିଶ୍ରୁତି ଦେଇଛି | ଏହାଛଡା ବାର୍ଷିକ ୧୦ଲକ୍ଷ ରୋଜଗାର ସୃଷ୍ଟି କରିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛି | ସେହିପରି କୃଷି, ବ୍ୟବସାୟ, ଜଳସେଚନ, ରୋଜଗାର, ଶିଳ୍ପ ଉପରେ ବିକାଶର ଏକ ଖସଡା ରଖିଛନ୍ତି ଡିଏମକେ ସୁୁପ୍ରିମୋ ଏମକେ ଷ୍ଟାଲିନ |

ପ୍ରକାଶ ଥାଉ କି, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ଫେବୃଆରୀ ୨୬ ରେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ | ତଦନୁଯାୟୀ, ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ | ଏପ୍ରିଲ ୬ ରେ ଭୋଟ ଗ୍ରହଣ ହେବା ସହ ମେ ୨ ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ |