ଭୁଲ ରେ ଏ ସବୁ ଆପ୍ କୁ ବ୍ୟବହାର କରନ୍ତୁ ନାହିଁ ,ନଚେତ ଖାଲି ହୋଇପାରେ ଆକାଉଣ୍ଟ

ଭୁବନେଶ୍ୱର : କରୋନା ଭାଇରସର ଦ୍ୱିତୀୟ ଲହରୀ ଯୋଗୁଁ ଲୋକମାନେ ପୁଣି ଥରେ ଅନଲାଇନ ମାଧ୍ୟମରେ ଅର୍ଥ କାରବାର କରୁଛନ୍ତି , ଯାହାକି ଯେତିକି ବିପଦପୂର୍ଣ୍ଣ ସେତିକି ସୁରକ୍ଷିତ। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ କୌଣସି ପ୍ରକାରର ଅନଲାଇନ୍ ଠକେଇରୁ ରକ୍ଷା କରିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ନୂତନ ବିଜ୍ଞପ୍ତି ଜାରି କରିଛି।

ବ୍ୟାଙ୍କ ଟ୍ୱିଟ୍ କରି କହିଛି, ‘ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନଙ୍କ ବ୍ୟାଙ୍କିଙ୍ଗ୍ ବିବରଣୀ ବିଷୟରେ ସୂଚନା କାହା ସହିତ ବାଣ୍ଟନ୍ତୁ ନାହିଁ କିମ୍ବା ଫୋନ୍ କିମ୍ବା କମ୍ପ୍ୟୁଟର ମାଧ୍ୟମରେ କାହାକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଏକ ଜରୁରୀକାଳୀନ ପାଣ୍ଠି ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆମର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଯେପରିକି Yono ଏବଂ BHIM ସେବାଗୁଡିକ ଘରେ ବ୍ୟବହାର କରିପାରିବେ ।

ବାସ୍ତବରେ, କରୋନା ଅବଧିରେ ବ୍ୟାଙ୍କ ଠକେଇ ମାମଲା ବୃଦ୍ଧି ପାଇଛି। ନକଲି ଟଙ୍କା ସ୍ଥାନାନ୍ତର ଆପ ଏବଂ ନକଲି ବ୍ୟାଙ୍କ ଅଧିକାରୀମାନେ ଲୋକଙ୍କୁ ପ୍ରତାରଣା କରିବା ପାଇଁ ନୂତନ ପଦ୍ଧତି ଗ୍ରହଣ କରି କଲ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏସବିଆଇ ଗ୍ରାହକଙ୍କୁ ଏସଏମଏସ, ଇ-ମେଲ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ନକଲି କଲରୁ ସାବଧାନ ରହିବାକୁ କହିଛି।

ଠକାମିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କେବଳ ସତର୍କ ରହିବାକୁ ପଡିବ । ଯଦି ଆପଣ ମଧ୍ୟ ଏପରି କଲ୍ ପାଆନ୍ତି, ତେବେ ଏହି ଠକମାନଙ୍କ ଜାଲରେ ପଡନ୍ତୁ ନାହିଁ । ଆପଣଙ୍କର ବ୍ୟକ୍ତିଗତ ସୂଚନା କାହା ସହିତ ବିନିମୟ କରନ୍ତୁ ନାହିଁ।

 

Post End