ଭୁବନେଶ୍ୱର: ଭୋଟ୍ ଦେବା ସମୟରେ ନିର୍ବାଚନୀ ଇଙ୍କ ପ୍ରୟୋଗ କରାଯାଏ ଯାହା ଦ୍ୱାରା କୌଣସି ଭୋଟର ପୁନର୍ବାର ଭୋଟ୍ ଦେଇପାରିବେ ନାହିଁ। ଭୋଟ୍ରେ ଠକେଇରୁ ରକ୍ଷା କରିବା ପାଇଁ ନୀଳ ରଙ୍ଗର କାଳି କୁ ବ୍ୟବହାର କରାଯାଏ ।
ଭାରତରେ ଏହି ଇଙ୍କ କେବଳ ମୈସୁର ପେଣ୍ଟସ୍ ଏବଂ ଭର୍ନିଶ୍ ଲିମିଟେଡ୍ ନାମକ ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥାଏ । ପ୍ରଥମେ ପ୍ରଥମେ ଏହି ଇଙ୍କ କେବଳ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ବ୍ୟବହୃତ ହୋଇଥିଲା, କିନ୍ତୁ ପରେ ଏହା ସମସ୍ତ ନିର୍ବାଚନରେ ଏହାକୁ ବ୍ୟବହାର କରାଗଲା ।
୧୯୬୨ ନିର୍ବାଚନ ସହିତ ଏହି ନୀଳ ରଙ୍ଗର କାଳି ବ୍ୟବହାର କରାଯାଇଥିଲା । ଏହି ରଙ୍ଗର କାଳିକୁ ନିର୍ବାଚନରେ ଅନ୍ତର୍ଭୁକ୍ତ କରିବାକୁ ଭାରତର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନ ପରାମର୍ଶ ଦେଇଥିଲେ ।
ଦୀର୍ଘ ୬୨ ବର୍ଷ ଧରି ଏହି ଇଙ୍କ ବ୍ୟବହୃତ ହେଉଛି । ଯଦି ଆମେ ଏହି ଇଙ୍କର ମୂଲ୍ୟ ବିଷୟରେ କହିବା, ତେବେ ଏକ ବୋତଲ ଇଙ୍କର ମୂଲ୍ୟ ପ୍ରାୟ ୧୨୭ ଟଙ୍କା । ଗୋଟିଏ ବୋତଲରେ ପ୍ରାୟ ୧୦ ମିଲି ଇଙ୍କ ଥାଏ । ଗୋଟିଏ ଲିଟର ନିର୍ବାଚନୀ ଇଙ୍କର ମୂଲ୍ୟ ହେଉଛି ୧୨ ହଜାର ୭୦୦ ଟଙ୍କା ।
ନିର୍ବାଚନୀ ଇଙ୍କ ରେ ସିଲଭର ନାଇଟ୍ରେଟ୍ ବ୍ୟବହୃତ ହୁଏ । ଫଳରେ ଥରେ ପ୍ରୟୋଗ କଲେ ଏହା ସହଜରେ ଲିଭିନଥାଏ । ଏହି ଇଙ୍କ ଅତିକମରେ ୭୨ ଘଣ୍ଟା ପାଇଁ ଆଙ୍ଗୁଠିରୁ ଛାଡି ନଥାଏ । ଯେତେବେଳେ ଏହା ଜଳର ସଂସ୍ପର୍ଶରେ ଆସେ, ଏହା କଳା ରଙ୍ଗ ହୋଇଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ।