ଭୁବନେଶ୍ୱର: ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୌନପୁର (Jaunpur) ଭାତୌଲି ଗାଁରେ । ୫୦ ବର୍ଷୀୟ ସମରନାଥଙ୍କ ପେଟରୁ ଅସ୍ତ୍ରୋପଚାର କରି ଡାକ୍ତର ଏକ ଷ୍ଟିଲ ଗ୍ଲାସ ବାହାର କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ତିନି-ଚାରି ଦିନ ସମରନାଥଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା । ଏନେଇ ସେ ଅନେକ ଡାକ୍ତରଙ୍କୁ ସାକ୍ଷାତ କରିବା ସହ ସମସ୍ୟା ମଧ୍ୟ ଜଣାଇଥିଲେ । ହେଲେ ତାଙ୍କର ପେଟ ଯନ୍ତ୍ରଣା କିଛି କମ ହୋଇନଥିଲା । ଏହା ପରେ ସେ ୱାଜିଦପୁରର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ। ଏକ୍ସ-ରେ କରିବା ପରେ ତାଙ୍କ ପେଟରେ ଏକ ଷ୍ଟିଲ ଗ୍ଲାସ ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ପରେ ଡାକ୍ତରଙ୍କ ପୁରା ଟିମ୍ ଅପରେସନ କରି ତାଙ୍କ ପେଟରୁ ଏକ ଷ୍ଟିଲ ଗ୍ଲାସ ବାହାର କରିଥିଲେ।
ତେବେ ଇସ୍ପାତର ପୂର୍ଣ୍ଣ ଆକାରର ଗ୍ଲାସ୍ କିପରି ତାଙ୍କ ପେଟ ଭିତରକୁ ଗଲା ? ରୋଗୀ ସମରନାଥ କହିଛନ୍ତି ଯେ ଗାଁର କିଛି ଲୋକଙ୍କ ସହ ମୋର ବିବାଦ ଥିଲା। ମଦ୍ୟପାନ କରାଇ ଲୋକମାନେ ମୋର ବ୍ୟକ୍ତିଗତ ଅଂଶରେ ଏକ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ହୋସ ଆସିବା ପରେ, ଯନ୍ତ୍ରଣା ଆରମ୍ଭ ହୋଇଥିଲା । ୫ ଦିନ ପେଟରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା ଏବଂ ଖାଇବା ପିଇବା ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲି। ଯେତେବେଳେ ସେଠାରେ ଏକ୍ସ-ରେ କରାଗଲା, ଦେଖାଗଲା ଯେ ପେଟରେ ପୂର୍ଣ୍ଣ ଆକାରର ଏକ ଷ୍ଟିଲ ଗ୍ଲାସ ଅଛି । ବର୍ତ୍ତମାନ ଅପରେସନ୍ ପରେ ସମରନାଥ ସୁସ୍ଥ ଅଛନ୍ତି।