Odia

ଆମେ ବ୍ୟବହାର କରୁଥିବା ମୋବାଇଲରେ 28 ଦିନ ପର୍ଯ୍ୟନ୍ତ ରୁହେ କରୋନା ! କଣ କହୁଛନ୍ତି ବିଶେଷଜ୍ଞ ?

ଭୁବନେଶ୍ୱର: ଆପଣ ମାନେ ନିହାତି ଜାଣିଥିବେ ଯେ ଆପଣ ବ୍ୟବହାର କରୁଥିବା ମୋବାଇଲ ଫୋନ ର ସ୍କ୍ରିନ ଉପରେ ମହାମାରୀ କରୋନା 28 ଦିନ ପର୍ଯ୍ୟନ୍ତ ରହିଥାଏ । ଏହାକୁ ଅଧ୍ୟୟନ କରିଛନ୍ତି ଆମେରିକୀୟ ବିଶେଷଜ୍ଞ । ଆପଣମାନେ ସେଥିପାଇଁ ବହୁ ମାତ୍ରାରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଟିକେ ଅସାବଧାନତା ହେଲେ ଆପଣମାନେ କୋରନା ଆକ୍ରାନ୍ତ ହୋଇପାରନ୍ତି ବୋଲି ଯାହା ବିଶେସଂଜ୍ଞ ମାନେ କୁହନ୍ତି ।

ସୂଚନା ଅନୁଯାୟୀ; ପ୍ଲାଷ୍ଟିକ୍, ଧାତୁ ଏବଂ ଅନ୍ୟାନ୍ୟ ପୃଷ୍ଠରେ କରୋନା ଜୀବାଣୁ ବହୁ ସମୟ ଧରି ସକ୍ରିୟ ଥିବା ଜଣାପଡିଛି । ଏପର୍ଯ୍ୟନ୍ତ ଅନେକ ଗବେଷଣା ଅଧ୍ୟୟନ କରାଯାଇଛି । ପୂର୍ବରୁ ବିଭିନ୍ନ ପୃଷ୍ଠରେ ଯେଉଁଠାରେ ଜୀବାଣୁ 24 ଘଣ୍ଟାରୁ ତିନି ଦିନ ସକ୍ରିୟ ବୋଲି କୁହାଯାଉଥିଲା । ନିକଟରେ ଅଷ୍ଟ୍ରେଲିଆର ଏକ ସାଇନ୍ସ ଏଜେନ୍ସି ମଧ୍ୟ ଏ ବାବଦରେ ଏକ ଅନୁସନ୍ଧାନ ଅଧ୍ୟୟନ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ମୋବାଇଲ୍ ସ୍କ୍ରିନ, ନୋଟ୍ (ମୁଦ୍ରା) ଏବଂ ଅନ୍ୟାନ୍ୟ ପୃଷ୍ଠରେ କରୋନା ଜୀବାଣୁ 28 ଦିନ ସକ୍ରିୟ ରହିପାରିବେ। ଆମେରିକାର ସଂକ୍ରାମକ ବିଶେଷଜ୍ଞ ଏହାକୁ ‘ସମ୍ପୂର୍ଣ୍ଣ ନିର୍ବୋଧତା’ ଭାବରେ ବର୍ଣ୍ଣନା କରିଛନ୍ତି। ତେବେ ଅଷ୍ଟ୍ରେଲିୟ ଏଜେନ୍ସି ଅନୁଯାୟୀ, ତାଙ୍କ ଅଧ୍ୟୟନ ବିଭିନ୍ନ ସ୍ତରର ତାପମାତ୍ରା ଉପରେ ଆଧାରିତ ଅଟେ ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close