ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ, ଏଠି କୁକୁର କରୁଛି ପ୍ରାର୍ଥନା
ଭୁବନେଶ୍ୱର : ଗୋଟିଏ ପଟେ ଲୋକେ କରୋନା ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘରେ ରହୁଥିବା ବେଳେ ଅନ୍ୟପଟେ କିଛି ଲୋକ ନିଜ ଗୃହପାଳିତ ପଶୁମାନଙ୍କୁ ନୂତନ ଉପାୟ ଶିଖାଉଛନ୍ତି । ଏହି ସମୟରେ,ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଜାଣିପାରିବେ ଯେ ଖାଦ୍ୟ ଖାଇବା ପୂର୍ବରୁ କୁକୁରମାନେ କିଭଳି ନିଜ ମାଲିକଙ୍କ ସହିତ ପୂଜା କରୁଛନ୍ତି।
Sharing this heart-warming video of my friend teaching her pups to say their prayers before food. Me thinks both are good boys. 😍@dog_rates pic.twitter.com/z5ANJDVwVn
— Vaishali Mathur (@mathur_vaishali) May 1, 2021
ବୈଶାଳୀ ମାଥୁର ନାମକ ଜଣେ ମହିଳା ୨ ମଇ ରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ମରାଠୀରେ ପୂଜା କରୁଛନ୍ତି ଏବଂ ତାଙ୍କ ପାଖରେ ଦୁଇଟି କୁକୁର ବସିଥିବାର ଦେଖିବାକୁ ମିଳୁଛି । ଉଭୟ କୁକୁରର ବିଶ୍ୱସ୍ତତା ଏବଂ ବୁଝାମଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । ଖାଇବାକୁ ଅପେକ୍ଷା କରିଥିବା କୁକୁରମାନେ ପୂରା ପ୍ରାର୍ଥନା ଶେଷ ନହେବା ପର୍ଯ୍ୟନ୍ତ ଚୁପ-ଚାପ ନିଜ ସ୍ଥାନରେ ବସିରହିଛନ୍ତି । ଆଉ ପ୍ରାର୍ଥନା ସରିବା ମାତ୍ରେ ସେ ଖାଇବା ଆରମ୍ଭ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ ଅନେକ ଏହି ଭିଡିଓକୁ ସେୟାର କରୁଥିବାର ଦେଖିବାକୁ ମିଳୁଛି ।