ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଗୁହାରି କଲେ ଡଲି ଆଣ୍ଟି ,ଦେଖନ୍ତୁ ଭାଇରଲ ଭିଡିଓ

ଭୁବନେଶ୍ୱର: ଭାରତରେ କରୋନା ମହାମାରୀର ଭୟାବହକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ନିଜ ସ୍ତରରେ ନିଷ୍ପତ୍ତି ନେଉଛନ୍ତି। ଦିଲ୍ଲୀରେ ତାଲା ପକାଇବା ଘୋଷଣା ହେବା ମାତ୍ରେ ଲୋକମାନେ ସାମଗ୍ରୀ ଷ୍ଟକ୍ କରିବା ପାଇଁ ଦୋକାନ ବଜାରରେ ଭିଡ ଜମାଇଥିଲେ । ଏହି ସମୟରେ, ଦିଲ୍ଲୀର ଡଲି ମାଉସୀଙ୍କର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା , ଯିଏ କି କରୋନା ଭାଇରସରେ ମଦ୍ୟପାନ କରିବାର ଉପକାର ବିଷୟରେ ଲୋକଙ୍କୁ କହୁଥିଲେ। ଏବେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଦିଲ୍ଲୀର ଦାରୁ ୱାଲି ମାଉସୀଙ୍କର ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥର ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦେଇଛନ୍ତି। ସେ ଦିଲ୍ଲୀ ସରକାରଙ୍କୁ ନିବେଦନ କରି କହୁଛନ୍ତି ଯେ – ଯଦି ମଦ ଦୋକାନ ଖୋଲାଯାଏ ତେବେ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଖାଲି ହେଇଯିବ ଏବଂ ଦିଲ୍ଲୀ ସରକାର ଆଉ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଅମ୍ଳଜାନ ସିଲିଣ୍ଡର ସମସ୍ୟାର ମଧ୍ୟ ସମାଧାନ ହୋଇଯିବ ।