ଭୁବନେଶ୍ୱର: ଲୋକମାନେ କିଛି ଜାଣିବା ପାଇଁ ହେଲେ ଗୁଗୁଲ୍ ବ୍ୟବହାର କରନ୍ତି । କିନ୍ତୁ ଗୁଗୁଲରେ ଏମିତି କିଛି ବିଷୟବସ୍ତୁ ସର୍ଚ୍ଚ କଲେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ତେଣୁ ଯେତେବେଳେ ଆପଣ ଗୁଗୁଲରେ କିଛି ସର୍ଚ୍ଚ କରନ୍ତି, ସେତେବେଳେ ଅତି ଯତ୍ନର ସହିତ କରନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି ।
ଗୁଗୁଲରେ ଶିଶୁ ପର୍ଣ୍ଣ ଖୋଜିବା, ଦେଖିବା କିମ୍ବା ଅଂଶୀଦାର କରିବା ଏକ ଅପରାଧ । ଏହା ସହ ଜଡିତ ଆଇନ ଉଲ୍ଲଂଘନ କଲେ ଆପଣଙ୍କୁ ଜେଲ ହୋଇପାରେ।
ଗୁଗୁଲରେ ବୋମା କିଭଳି ତିଆରି କରାଯାଏ ତାହାକୁ କେବେ ମଧ୍ୟ ସର୍ଚ୍ଚ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ଅସୁବିଧାରେ ପକାଇପାରେ । ସୁରକ୍ଷା ଏଜେନ୍ସିଗୁଡ଼ିକ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯେଉଁଥିରେ ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ ।
ସୋସିଆଲ ମିଡିଆ କିମ୍ବା ଗୁଗୁଲରେ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ଲିକ୍ କରିବା ମଧ୍ୟ ଏକ ଗୁରୁତର ଅପରାଧ ବୋଲି ବିବେଚନା କରାଯାଏ । ଏହାଦ୍ୱାରା ଜେଲ ମଧ୍ୟ ହୋଇପାରେ । ଭୁଲରେ ମଧ୍ୟ ଗୁଗୁଲରେ କାହାର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରନ୍ତୁ ନାହିଁ ।
ଗୁଗୁଲରେ ଗର୍ଭପାତ ପଦ୍ଧତି ଖୋଜିବା ମଧ୍ୟ ଅପରାଧ ବର୍ଗରେ ଅଛି । ଆପଣ ତାହା କରନ୍ତୁ ନାହିଁ ।
ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଅନଲାଇନ୍ ଲିକ୍ କରିବା ଅପରାଧ ବର୍ଗରେ ଆସେ । ଯଦି ଆପଣ ଅନଲାଇନ୍ ଲିକ୍ କରନ୍ତି କିମ୍ବା ଡାଉନଲୋଡ୍ କରନ୍ତି ତେବେ ଏହା ଏକ ବଡ ଅପରାଧ। ଭାରତ ସରକାରଙ୍କ ଏହି ନିୟମକୁ ଉଲ୍ଲଂଘନ କଲେ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ହୋଇପାରେ।