କେଶ ଦାନ କରି ହଟହଟା ହେଲେ ଡ୍ରାଇଭର ,ଶେଷରେ ହରେଇବାକୁ ପଡିଲା ଚାକିରୀ ?

ଭୁବନେଶ୍ୱର: ଏକ ଉବେର କ୍ୟାବରେ କାମ କରୁଥିବା ଶ୍ରୀକାନ୍ତ ଜାଣିଥିଲେ ଯେ କେଶ କାଟିବା ତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବ । ତେଣୁ ବୋଧହୁଏ ସେମାନେ କେବେ ବି ନିଜ କେଶ-ଦାଢ଼ି କାଟନ୍ତି ନାହିଁ। ବାସ୍ତବରେ ଶ୍ରୀକାନ୍ତ ତେଲେଙ୍ଗାନାରେ ରୁହନ୍ତି ଏବଂ ସେ ଏକ ଉବେର କ୍ୟାବରେ କାମ କରନ୍ତି । ନିକଟରେ ଶ୍ରୀକାନ୍ତ ଦକ୍ଷିଣର ପ୍ରସିଦ୍ଧ ମନ୍ଦିର ତିରୁପତି ବାଲାଜୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଯେଉଁଠାରେ ସେ ନିଜ କେଶ ଦାନ କରିଥିଲେ। କିନ୍ତୁ ଏହା ତାଙ୍କ ପାଇଁ ଏକ ସମସ୍ୟା ହୋଇଗଲା ଏବଂ ଶେଷରେ ନିଜର ଚାକିରୀ ହରାଇବାକୁ ପଡିଥିଲା ।

ଶ୍ରୀକାନ୍ତ ଜଣେ ଉବେର ଡ୍ରାଇଭର ଏବଂ ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କୁ କିଛି ସେଲଫି କମ୍ପାନୀକୁ ପଠାଇବାକୁ ପଡେ । ଯାହାକି ଆପରେ ଫିଡ୍ ହୁଏ। ଉବେର ଏଆଇ ଏହା ପରେ ଚିହ୍ନିଥାଏ ଏବଂ ତା’ପରେ ଡ୍ରାଇଭରକୁ ଟ୍ୟାକ୍ସି ଚଳାଇବାକୁ ଅନୁମତି ଦେଇଥାଏ। କିନ୍ତୁ ଶ୍ରୀକାନ୍ତଙ୍କ ପାଇଁ ଏହି ସବୁ ବଦଳିଗଲା ଯେତେବେଳେ ଆପ୍ ତାଙ୍କର ନୂଆ ଲୁକକୁ ଚିହ୍ନି ପାରିଲା ନାହିଁ । କେଶ ଏବଂ ଦାଢ଼ି କାଟିବା ପରେ ଉବେର ତାଙ୍କୁ ଚିହ୍ନିବାକୁ ମନା କରିଦେଇଥିଲା। ଏହା ପରେ ସେ ପୁନର୍ବାର ଅନେକ ଥର ଚେଷ୍ଟା କରିଥିଲେ, ହେଲେ କମ୍ପାନୀ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲା।

ଏନେଇ ଶ୍ରୀକାନ୍ତ କହିଛନ୍ତି ଯେ ଏଥିପାଇଁ ସେ ଅନେକ ଥର କମ୍ପାନୀ ସହ ଯୋଗାଯୋଗ କରିଥିଲେ କିନ୍ତୁ ସେ କିଛି କହି ନଥିଲେ। ଅନ୍ୟପକ୍ଷରେ, ଉବେର କ୍ୟାବ ଦାବି କରିଛି ଯେ,କେଶ ପାଇଁ ଶ୍ରୀକାନ୍ତଙ୍କୁ ହଟାଯାଇ ନାହିଁ। ସେ ବାରମ୍ବାର କମ୍ପାନୀର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିଲେ। ଯେଉଁ କାରଣରୁ କମ୍ପାନୀ ଶ୍ରୀକାନ୍ତଙ୍କୁ ହଟାଇଦେଇଛି।