ଭୁବନେଶ୍ୱର: ଷ୍ଟକ୍ ମାର୍କେଟରେ ଯଦି ଆପଣଙ୍କର ଭାଗ୍ୟ ସାଥ ଦିଏ, ତେବେ ଆପଣ ଅଳ୍ପ ସମୟ ମଧ୍ୟରେ କୋଟିପତି ହୋଇପାରନ୍ତି। କିନ୍ତୁ ଏଥିପାଇଁ ସଠିକ୍ ସମୟ ବିନିଯୋଗ ହୋଇଥିବା ଅର୍ଥ ରହିବା ଆବଶ୍ୟକ । ଅନେକ ପେନିଷ୍ଟକ୍ ଏବଂ ମଲ୍ଟିବ୍ୟାଗର୍ ଷ୍ଟକ୍ ଗତ କିଛି ବର୍ଷ ମଧ୍ୟରେ ବମ୍ପର ରିଟର୍ନ ଦେଇ ନିବେଶକଙ୍କୁ ମାଲେମାଲ କରିଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଷ୍ଟକ୍ ବିଷୟରେ କହିବୁ ଯାହା ବମ୍ପର ରିଟର୍ନ ଦେବାର ସମସ୍ତ ରେକର୍ଡ ଭାଙ୍ଗିଦେଇଛି।
ଏହି ଷ୍ଟକ୍ ନିବେଶକମାନଙ୍କୁ ୧.୬ ଲକ୍ଷ ପ୍ରତିଶତ ରିଟର୍ନ ଦେଇଛି। ଏହି ଷ୍ଟକ ହେଉଛି ଆଇଚର୍ ମୋଟର୍ସ । ଆଇଚର୍ ମୋଟର୍ସ ର ଷ୍ଟକ୍ କିଛି ବର୍ଷ ମଧ୍ୟରେ ୨ ଟଙ୍କାରୁ ୩୨୦୦ ଟଙ୍କା ସ୍ତରକୁ ବୃଦ୍ଧି ପାଇଛି । ଏହି ଷ୍ଟକ୍ ନିବେଶକମାନଙ୍କୁ ୧୬୦୦୦୦ ପ୍ରତିଶତ ରିଟର୍ନ ଦେଇଛି । ଗତ ମାସ ମଧ୍ୟରେ କମ୍ପାନୀର ସେୟାରଗୁଡିକ ୨୪ ପ୍ରତିଶତରୁ ଅଧିକ ରିଟର୍ନ ଦେଇଛି ।
୧୭ ଅକ୍ଟୋବର ୨୦୦୧ ରେ, ଆଇଚର ଷ୍ଟକ ୧.୯୧ ଟଙ୍କାରେ ଥିଲା। ଯଦି ସେହି ସମୟରେ କେହି ଏହି ଷ୍ଟକରେ ଏକ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ ତେବେ ସେ ଆଜି ୧୬ କୋଟି ଟଙ୍କା ପାଇଥାନ୍ତେ।