ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ ଗାଡିଗୁଡିକର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଯେ ସମସ୍ତ ଅଟୋ ନିର୍ମାତା ସବୁବେଳେ ବଜାର କୁ ନୂଆ ବାଇକ,ସ୍କୁଟର କିମ୍ବା କାର ଲଞ୍ଚ କରୁଛନ୍ତି । ଯାହାକି ଦେଖିବାକୁ ଯେମିତି ଆକର୍ଷଣୀୟ ତା ସାଙ୍ଗକୁ କମ ଖର୍ଚ୍ଚରେ ଅଧିକ ମାଇଲେଜ ।
ବର୍ତ୍ତମାନ ଏହିପରି ଏକ ଇଲେକ୍ଟ୍ରିକ୍ ବାଇକ୍ ମାର୍କେଟକୁ ଆସିଛି, ଯାହାକି କୌଣସି ସ୍ପୋର୍ଟସ୍ ବାଇକ୍ କିମ୍ବା କ୍ରୁଜର ବାଇକ୍ ଠାରୁ କମ୍ ନୁହେଁ । ଲାସ୍ ଭେଗାସ୍ ରେ ଚାଲୁଥିବା CES ୨୦୨୨ ରେ କାନାଡିଆନ୍ ଷ୍ଟାର୍ଟଅପ୍ ଡେମନ୍ ମୋଟର୍ସ HyperFighter Colossus electric sports ବାଇକ୍ ଉପସ୍ଥାପନ କରିଛି, ଯାହାକି କୌଣସି ପେଟ୍ରୋଲ୍ ସ୍ପୋର୍ଟସ୍ ବାଇକ୍ ଠାରୁ କମ୍ ନୁହେଁ ।
ଏହାର ସର୍ବୋଚ୍ଚ ବେଗ ହେଉଛି ଘଣ୍ଟା ପ୍ରତି ୨୭୩ କିଲୋମିଟର । ଏହି ବାଇକ୍ ରେ ୨୦ କିଲୋୱାଟ ବ୍ୟାଟେରୀ ଦିଆଯାଇଛି, ଯାହା ଗୋଟିଏ ଚାର୍ଜରେ ୨୩୫ କିଲୋମିଟର ଦୂରତା ଅତିକ୍ରମ କରିଥାଏ । ୨୦୦ ଏଚପି ର ଶକ୍ତି କ୍ଷମତା ସହିତ, ଏହି ବାଇକ୍ ୧୦୦ କିଲୋମିଟର ବେଗରେ ପହଞ୍ଚିବାକୁ ମାତ୍ର ତିନି ସେକେଣ୍ଡ ସମୟ ନେଇଥାଏ । ଏହି ବାଇକ୍ ର ମୂଲ୍ୟ $ ୩୫,୦୦୦ ଅର୍ଥାତ୍ ପ୍ରାୟ ୨୬ ଲକ୍ଷ ଟଙ୍କା । ଆମେରିକାରେ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଛି ।