ଭୁବନେଶ୍ୱର: ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ତେବେ କମ୍ପାନୀ ଏକ ବଡ ନିଷ୍ପତ୍ତି ନେଇଛି ଯେଉଁଥିରେ ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରିବା ପ୍ରସଙ୍ଗ ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଅକ୍ଟୋବରରେ ଫେସବୁକର ନାମ META ରଖାଗଲା । ଏହାର ନାମ ପରିବର୍ତ୍ତନ କରିବାବେଳେ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଫେସବୁକ୍ ବର୍ତ୍ତମାନ ମେଟା ଭାବରେ ପରିଚିତ ହେବ, କିନ୍ତୁ ଆଜିପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଫେସବୁକ୍ ନାମରେ ବ୍ୟବହାର କରୁଛନ୍ତି।
ମେଟା କହିଛି ଯେ ଅନ୍ୟ ଦେଶ ସହିତ ୟୁରୋପୀୟ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବାକୁ ଅନୁମତି ନାହିଁ, ଯେଉଁଥିପାଇଁ ସେମାନଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସେବା ଯୋଗାଇବା ବନ୍ଦ କରିବାକୁ ପଡିପାରେ । କାରଣ ଏହି ସବୁ ତଥ୍ୟ ଆଧାରରେ କମ୍ପାନୀ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖାଇଥାଏ।
ଏହା ସହିତ କମ୍ପାନୀ କହିଛି ଯେ ୨୦୨୨ ମସିହାରେ ଲାଗୁ ହୋଇଥିବା ସମସ୍ତ ନୂତନ ସର୍ତ୍ତଗୁଡିକ ଗ୍ରହଣ କରିବାକୁ ପଡ଼ିବ । ଯଦି କମ୍ପାନୀକୁ ତଥ୍ୟ ସ୍ଥାନାନ୍ତର କରିବାକୁ ଅନୁମତି ନ ମିଳେ, ତେବେ ୟୁରୋପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ । ଫଳରେ ୟୁରୋପର ଲୋକମାନେ ଆଗାମୀ ଦିନରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲାଟଫର୍ମ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ ।