ଭୁବନେଶ୍ୱର: ଯେଉଁମାନେ ରିଲ୍ ଅର୍ଥାତ୍ ଛୋଟ ଛୋଟ ଭିଡିଓ ନିର୍ମାଣ କରୁଛନ୍ତି ସେମାନଙ୍କ ପାଇଁ ଭଲ ଖବର । ଟିକଟକ ପରି ଏବେ ଆପଣ ଫେସବୁକ୍ ରିଲ୍ସ କରି ମୋଟା ଅଙ୍କର ଟଙ୍କା ମଧ୍ୟ ରୋଜଗାର କରିପାରିବେ। ଏଥିପାଇଁ ଆପଣମାନଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯାଇଛି ।
୨୦୨୦ ମସିହାରେ ଫେସବୁକ୍ ରିଲ୍ସ ଲଞ୍ଚ କରାଯାଇଥିଲା । ଯାହାକି ରିଲ୍ସ ସୃଷ୍ଟିକର୍ତ୍ତାଙ୍କୁ ରୋଜଗାର କରିବାର ସୁଯୋଗ ଦେବ। ଏଥିପାଇଁ ଖୁବ୍ ଶୀଘ୍ର ଫେସବୁକ୍ ଦ୍ୱାରା ଏକ ନୂତନ ଫିଚର୍ସ ଉପସ୍ଥାପିତ ହେବ । ଆଗାମୀ କିଛି ସପ୍ତାହ ମଧ୍ୟରେ ଫେସବୁକ ପାଇଲଟ ଆଧାରରେ ଏହି ପଦକ୍ଷେପ ଆରମ୍ଭ କରିବ ।
ପ୍ରଥମେ ଏହା ଆମେରିକା, କାନାଡା ଏବଂ ମେକ୍ସିକୋରେ ଆରମ୍ଭ ହେବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଅଧିକ ଦେଶରେ ଲଞ୍ଚ ହେବ। ଫେସବୁକ କହିଛି ଯେ ଏହା ଖୁବ ଶୀଘ୍ର ଭାରତରେ ଲଞ୍ଚ କରିବାକୁ ଯୋଜନା କରୁଛି। ଏହାର ଅର୍ଥ ୟୁଜର୍ସମାନେ ଏଣିକି ରିଲ୍ ତିଆରି କରି ଫେସବୁକ୍ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ସମର୍ଥ ହେବେ।