ଭୁବନେଶ୍ୱର : ଏ ବର୍ଷ ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା | ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ଅଧ୍ୟାପକଙ୍କର ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ |
ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ | କରୋନାର ଦ୍ଵିତୀୟ ଲହର ସାଙ୍ଘାତିକ ସ୍ଥିତିରେ ଥିବାବେଳେ କିଭଳି ଶୃଙ୍ଖଳିତ ଭାବେ ଅନଲାଇନ୍ ପରୀକ୍ଷା କରାଯିବ ତା’ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି ଅରୁଣ ସାହୁ | ସେ କହିଛନ୍ତି, ଚଳିତଥର ମେଣ୍ଟରିଂ ସିଷ୍ଟମ୍ ଆରମ୍ଭ ହେବ | ଯଦି ଗୋଟିଏ ବିଭାଗରେ ୩୨ ଜଣ ପିଲା ଅଛନ୍ତି ଏବଂ ସେହି ବିଭାଗରେ ୪ ଜଣ ଅଧ୍ୟାପକ ଅଛନ୍ତି | ତେବେ ଜଣେ ଅଧ୍ୟାପକ ୮ ଜଣ ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ କରିବେ ଅର୍ଥାତ୍ ଛାତ୍ରଛାତ୍ରୀ କିଭଳି ସୂଚାରୁ ରୂପେ ପରୀକ୍ଷା ଦେବେ ସେ ଦାୟିତ୍ୱ ଅଧ୍ୟାପକ ନେବେ |କରୋନା ପାଇଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି | ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ | ତେଣୁ ଅନଲାଇନ୍ ପରୀକ୍ଷା ପାଇଁ ସୂଚନା ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ |