ଭୁବନେଶ୍ୱର: ଗାଡି ଶୋ’ରୁମର କର୍ମଚାରୀଙ୍କୁ ମହଙ୍ଗା ପଡିଛି ଜଣେ ଚାଷୀଙ୍କୁ ଅପମାନ କରିବା । କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ଜଣେ କୃଷକ ତାଙ୍କ ସାଙ୍ଗମାନଙ୍କ ସହିତ କାର୍ ଶୋ’ରୁମରୁ ଏକ ବୋଲେରୋ ପିକଅପ୍ କିଣିବାକୁ ଯାଇଥିଲେ । କିନ୍ତୁ ତାଙ୍କର ଭେଶପୋଷାକ ଦେଖି ଶୋ’ରୁମର ବିକ୍ରୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ସେମାନଙ୍କୁ ଘୋଡାଇ ଦେଇଥିଲେ, ସେ ଭାବିଥିଲେ ଯେ ଚାଷୀ ଏବଂ ତାଙ୍କ ସାଙ୍ଗମାନେ ଶୋ’ରୁମକୁ ଆସିଛନ୍ତି କେବଳ ଗାଡି ଦେଖିବା ପାଇଁ ।
ଶୋ’ରୁମ କର୍ମଚାରୀ ଚାଷୀଙ୍କୁ ଅପମାନ କରି କହିଥିଲେ ଯେ, ପକେଟରେ ୧୦ ଟଙ୍କା ନଥିବ, କାର ପାଇଁ ୧୦ ଲକ୍ଷ ଟଙ୍କା କେଉଁଠୁ ଆଣିବ। ଏପରି ମନ୍ତବ୍ୟ ପରେ ଚାଷୀ ଜଣକ ନିଜକୁ ଅପମାନିତ ଅନୁଭବ କରିଥିଲେ । ତା’ପରେ ଅପମାନ ଦେଇଥିବା ବିକ୍ରୟ କାର୍ଯ୍ୟନିର୍ବାହୀକୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ସେ ଏବଂ ତାଙ୍କ ସାଙ୍ଗମାନେ ଏକ ଘଣ୍ଟା ମଧ୍ୟରେ ଗୋଟିଏ ଏସୟୁଭି କିଣିବା ପାଇଁ ନଗଦ ଟଙ୍କା ନେଇ ଆସିବେ।
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ତିରିଶ ମିନିଟ୍ ପରେ ଚାଷୀଜଣକ ୧୦ ଲକ୍ଷ ଟଙ୍କା ନେଇ ଫେରିଥିଲେ ଏବଂ ଏକ ଏସୟୁଭି କିଣିବେ ବୋଲି କହିଥିଲେ । ହେଲେ ବିକ୍ରୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ କାର ଦେଇ ପାରିଲେ ନାହିଁ ଏବଂ ଦୁଇ ଦିନର ସମୟ ମାଗିଥିଲେ । ଏଥିରେ ଚାଷୀମାନେ ରାଗିଯାଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ପୋଲିସ କର୍ମଚାରୀ ଚାଷୀ ଏବଂ ତାଙ୍କ ସାଙ୍ଗମାନଙ୍କୁ ବୁଝାସୁଝା କରି ଘରକୁ ଛାଡିଥିଲେ ।
ପରେ ଚାଷୀଜଣକ କହିଥିଲେ ଯେ ସେ ଆଉ କାର କିଣିବାକୁ ଚାହୁଁନାହାଁନ୍ତି । ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଅପମାନିତ କରିଥିବାରୁ ଶୋ’ରୁମରୁ ଲିଖିତ କ୍ଷମା ମାଗିଛନ୍ତି।