ପ୍ରାଣଘାତୀ ଆକ୍ରମଣର ଶିକାର ହେଲେ ଅଭିନେତ୍ରୀ ମାଲଭି ମାଲହୋତ୍ରା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

ମୁମ୍ବାଇ : କେତେକ ହିନ୍ଦୀ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ ହୋଇଛି। ଆକ୍ରମଣ ପରେ ମାଲଭି ମାଲହୋତ୍ରାଙ୍କ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଗତକାଲି ରାତିରେ ମାଲଭି ମାଲହୋତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କ ଶରୀରକୁ ୩ଥର ଛୁରୀରେ ଆକ୍ରମଣ କରିଛନ୍ତି। ଏହି ମାମଲାକୁ ନେଇ ମୁମ୍ବାଇର ଭର୍ସୋଭା ପୋଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଚିକିତ୍ସା ପରେ ଅଭିନେତ୍ରୀଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି କୁହାଯାଉଛି।

Post End