କାରଖାନା କୁ ମଦ୍ୟପାନ କରି ଆସିଥିଲେ ମହିଳା କର୍ମଚାରୀ , ପରେ ମହିଳାଙ୍କୁ କମ୍ପାନୀ ଦେଲା ୪ ଲକ୍ଷ ଟଙ୍କା..ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଦୁନିଆରେ ଅଜବ ଖବରର ଅଭାବ ନାହିଁ। ସ୍କଟଲ୍ୟାଣ୍ଡରରୁ ଏମିତି ଏକ ଅଜବ ଖବର ଏବେ ସାମ୍ନାକୁ ଆସିଛି । ବାସ୍ତବରେ ଜଣେ ମହିଳା ମଦ୍ୟପାନ କରିବା ପରେ ଅଫିସକୁ ଯାଇଥିଲେ, ଯେଉଁଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତଥାପି ସେ ଲକ୍ଷପତି ହୋଇଗଲେ ।

ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ରହୁଥିବା Malgorzata Krolik ନାମକ ଜଣେ ମହିଳା ଦିନେ ମଦ୍ୟପାନ କରିବା ପରେ ଅଫିସରେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ମହିଳା ଜଣକ ଏକ କାରଖାନାରେ କାମ କରୁଥିଲେ। ତାଙ୍କର ସିଫ୍ଟ ଅପରାହ୍ନ ଦୁଇଟାରୁ ଆରମ୍ଭ ହେଉଥିଲା । କିନ୍ତୁ ସିଫ୍ଟର ୯ ଘଣ୍ଟା ପୂର୍ବରୁ ସେ ମଦ୍ୟପାନ କରିଥିଲେ ।

ମଦ୍ୟପାନ କରୁଥିବା ମହିଳାଙ୍କ ବିଷୟରେ ଜାଣି କମ୍ପାନୀର ମ୍ୟାନେଜର ଉକ୍ତ ମହିଳାଙ୍କୁ କାର୍ଯ୍ୟରୁ ବାହାର କରିଦେଲ ।
ଚାକିରୀରୁ ବରଖାସ୍ତ ହେବାପରେ ମହିଳା ଜଣକ ବହୁତ ରାଗି ଯାଇଥିଲେ। ଶେଷରେ ସେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ନିବେଦନ ଶୁଣି କୋର୍ଟ ତାଙ୍କ ସ୍ୱାର୍ଥରେ ରାୟ ଶୁଣାଇଥିଲେ। ଏହି କାରଣରୁ, ସେହି କମ୍ପାନୀ ମହିଳାଙ୍କୁ କ୍ଷତିପୂରଣ ହିସାବରେ ୫୦୦୦ ୟୁରୋ ଅର୍ଥାତ୍ ପ୍ରାୟ ୪ ଲକ୍ଷ ୩୩ ହଜାର ୨୦୪ ଟଙ୍କା ଦେବାକୁ କହିଥିଲେ ।