Odia

ପାର୍ବଣରେ ବଦଳିଲା ମଦ ବିକ୍ରି ନିୟମ ,ଜାଣନ୍ତୁ ବଦଳିଲା କଣ ?

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ମଦ ଦୋକାନ ଖୋଲିବା ସମୟକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଯେଉଁଠାରେ ପୂର୍ବରୁ ଦୋକାନଗୁଡ଼ିକ କେବଳ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା, ବର୍ତ୍ତମାନ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି ନିୟମ ସମସ୍ତ ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ପାର୍ବଣରେ ନିଆଯାଇଥିବା ଏହି ପଦକ୍ଷେପରୁ ରାଜ୍ୟ ସରକାର ଅନେକ ରୋଜଗାର କରିବେ ବୋଲି ଆଶା କରାଯାଉଛି। ତେବେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଉପରେ ନିଷେଧାଦେଶ ଜାରି ରହିବ। ସରକାରଙ୍କ ନିଷ୍ପତ୍ତିକୁ ମଦ ବିକ୍ରେତାମାନେ ସ୍ୱାଗତ କରିଛନ୍ତି।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close