ଭୁବନେଶ୍ୱର : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ। ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟାର ସମାଧାନ ହୋଇ ନଥିବା ବେଳେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ଏବଂ ତାଙ୍କ ମାଙ୍କ ବିରୋଧରେ ଏବେ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ମାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ବିଭୂତିଖଣ୍ଡ ପୋଲିସ ମୁମ୍ବାଇରେ ପହଞ୍ଚିଛି।
ହଜାରତଗଞ୍ଜ ଏବଂ ବିଭୂତିଖଣ୍ଡ ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କ ବିରୋଧରେ ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା, ପରେ ପୋଲିସ ଏହି ଘଟଣାର ତଦନ୍ତକୁ ଜୋରଦାର କରିଛି। ଅଭିନେତ୍ରୀ ଶିଳ୍ପା ଏବଂ ତାଙ୍କ ମାଙ୍କୁ ୱେଲନେସ ସେଣ୍ଟର ନାମରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। Lucknow ପୋଲିସର ଏକ ଟିମ୍ ଏହି ଅଭିଯୋଗର ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଛି। ଅନ୍ୟ ଏକ ଦଳ ଆଜି ମୁମ୍ବାଇ ଯିବେ। ଠକେଇ ମାମଲାରେ ପୋଲିସ ଖୁବ ଶୀଘ୍ର ଶୀଘ୍ର ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କୁ ପଚରାଉଚରା କରିପାରେ।
ଅଭିଯୋଗ ହୋଇଛି ଯେ ଉଭୟ ୱେଲନେସ ସେଣ୍ଟରର ଶାଖା ଖୋଲିବା ନାମରେ କୋଟି କୋଟି ଟଙ୍କା ଲୋକଙ୍କୁ ଠକିଛନ୍ତି। ଟଙ୍କା ନେବା ପରେ ମଧ୍ୟ ଅଭିନେତ୍ରୀ ଏବଂ ତାଙ୍କ ମା ସେମାନଙ୍କ ପ୍ରତିବଦ୍ଧତା ପୂରଣ କରିନଥିଲେ। ଓ଼ମେକ୍ସ ହାଇଟ୍ସର ବାସିନ୍ଦା ଜ୍ୟୋତ୍ସନା ଚୌହାନ ହଜରତଗଞ୍ଜ ପୋଲିସ ଷ୍ଟେସନରେ ଏବଂ ରୋହିତ ଭୀର ସିଂହଙ୍କ ବିଭୂତିଖଣ୍ଡରେ ଉଭୟଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ପରେ ପଚରାଉଚରା ପାଇଁ ଶିଳ୍ପା ଏବଂ ତାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କୁ ଏକ ନୋଟିସ ପଠାଯାଇଛି।