Odia

ସୁଟିଂ ବେଳେ ସେଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ଅଭିନେତା ଆଉ ଅଭିନେତ୍ରୀ

ମୁମ୍ବାଇ: ଏକତା କପୁରଙ୍କ ଚର୍ଚ୍ଚିତ ଧାରାବାହିକ ‘କୁମକୁମ ଭାଗ୍ୟ’ ସେଟରେ ନିଆଁ ଲାଗିଯାଇଥିଲା । ମୁମ୍ବାଇର ଚାନ୍ଦିଭାଲୀ ଅଞ୍ଚଳରେ ଅବସ୍ଥିତ କିଲିକ୍ ନିକ୍ସନ୍ ଷ୍ଟୁଡିଓରେ ଘଟିଥିବା ଏହି ଘଟଣାରେ କୌଣସି ମୃତାହତ ଖବର ସାମ୍ନାକୁ ଆସିନାହିଁ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି, ଯଦିଓ ଏପର୍ଯ୍ୟନ୍ତ ଏହା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ । ଜି ଟିଭିରେ ପ୍ରସାରିତ ହେଉଥିବା ବାଲାଜୀଙ୍କ ଅନ୍ୟତମ ଲୋକପ୍ରିୟ ସିରିଏଲ ମଧ୍ୟରୁ ‘କୁମକୁମ ଭାଗ୍ୟ’ ଅନ୍ୟତମ ।

ଲକ ଡାଉନ ପରେ କିଛି ଦିନ ପୂର୍ବରୁ ପୁଣିଥରେ ଶୁଟିଂ ଆରମ୍ଭ ହୋଇଛି। ସିରିଏଲର ସେଟ୍ ଉପରେ, କାଷ୍ଟ ଏବଂ ପ୍ରଡକ୍ସନ୍ ଟିମ୍ ଶୋ’କୁ ଉପଯୁକ୍ତ ଭାବେ ପରିଚାଳନା କରୁଛନ୍ତି । କରୋନା ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ, ୧୦ ବର୍ଷରୁ କମ୍ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସେଟ୍ କୁ ଆସିବାକୁ ଅନୁମତି ନାହିଁ ।

ସୂଚନାଯୋଗ୍ୟ ଯେ ଏକତା କପୁରଙ୍କ ଦ୍ୱିତୀୟ ସୋ ‘କସୌଟୀ ଜିନ୍ଦେଗୀ କି ୨’ର ମୁଖ୍ୟ ଅଭିନେତା ପାର୍ଥ ସମଥାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ସୋ’ରେ ସେଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ଏକତା କପୁର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

Tags

Related Articles

Back to top button
Close