ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଘାରିଛି ଓମିକ୍ରନ୍ ବିପଦ। ଏଥିପାଇଁ ଅନେକ ଦେଶ ପୁଣିଥରେ ପ୍ରତିବନ୍ଧକ ଲଗାଇବା ସହ ଟିକା କାର୍ଯ୍ୟକ୍ରମକୁ ଜୋରଦାର କରୁଛନ୍ତି । ଏହି ସମୟରେ ଓମିକ୍ରନ୍ ଭାରିଆଣ୍ଟ ଜଣକ ଜୀବନ ନେଇଥିବା ଖବର ସାମ୍ନାକୁ ଆସିଛି।
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଦିନ ଓମିକ୍ରନ ରୁ ଦେଶର ପ୍ରଥମ ରୋଗୀର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଓମିକ୍ରନ୍ର ପ୍ରଥମ ମୃତ୍ୟୁ ବିଷୟରେ ସୂଚନା ଦେବାସହିତ ସେ ଦେଶର ସମସ୍ତ ଯୋଗ୍ୟ ଲୋକଙ୍କୁ ଟିକା ନେବା ସହ କଟକଣା ମାନିବାକୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, ‘ଏହା ସତ୍ୟ ଯେ ଓମିକ୍ରନ୍ କାରଣରୁ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ଏବଂ ଓମିକ୍ରନ୍ କାରଣରୁ ଜଣେ ରୋଗୀର ମୃତ୍ୟୁ ହୋଇଥିବାରୁ ସେ ଦୁଃଖିତ। କେବଳ ଲଣ୍ଡନରେ ରିପୋର୍ଟ ହୋଇଥିବା ସଂକ୍ରମଣର ପ୍ରାୟ ୪୦ ପ୍ରତିଶତ ଲୋକ ଓମିକ୍ରନରେ ପୀଡିତ ଅଛନ୍ତି, ଯାହାକି ଚିନ୍ତା ଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।