ବାଲେଶ୍ୱର : ଆପଣ ପିଲାଙ୍କୁ ମୋବାଇଲ ଦେଉଛନ୍ତି କି ? ମୋବାଇଲରେ ପିଲା କେଉଁ ଖେଳ ଖେଳୁଛି , ଆପଣ ଦେଖିଛନ୍ତି କି ?
ଏଥର ଟିକେ ସତର୍କ ରୁହନ୍ତୁ | କାରଣ ମୋବାଇଲରେ ଗେମ ଖେଳି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି ପିଲା | ଏହି ଖେଳ ଏବେ ଭାରି ପଡିଛି ଜଳେଶ୍ୱର ଅଂଚଳରେ ଜଣେ ୧୯ ବର୍ଷର ଯୁବକକୁ | ରାତି ଯାକ ଫ୍ରି ଫାୟାର ଗେମ ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି ଏହି ଯୁବକ ଜଣଙ୍କ |
ସୂଚନା ମୁତାବିକ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୌରୀ ବେଲଦା ଗ୍ରାମର ସତ୍ୟବ୍ରତ ଜେନା ନାମକ ଜଣେ ୧୯ ବର୍ଷିୟ ଯୁବକ ଗତ ମଙ୍ଗଳବାର ରାତି ସାରା ମୋବାଇଲରେ ଗେମ ଖେଳୁଥିଲେ | କେତେବେଳେ ଭୋର ହେଇଗଲାଣି ଜାଣିନାହାନ୍ତି ସେ | ବାଡ଼ିରେ ଥିବା ଗୋଟିଏ ଗଛରେ ରଶି ଲଗାଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ | ସତ୍ୟବ୍ରତକୁ ଉଦ୍ଧାର ପରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି |