ଦୁଇ ମାସ ଯାଏଁ ମାଗଣା ରାସନ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା : କେଜ୍ରିୱାଲ

ନୂଆଦିଲ୍ଲୀ : ୭୨ ଲକ୍ଷ ଲୋକଙ୍କୁ ଦୁଇ ମାସ ଯାଏଁ ମାଗଣା ରାସନ । ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା |

କରୋନା ମହାମାରୀ କବଳରେ ପୁରା କବଳିତ ଦିଲ୍ଲୀ । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ମେଡିସିନ୍ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟସରକାରଙ୍କ ପାଖରୁ ଅନେକ କ୍ଷମତା କାଢି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ ଦିଲ୍ଲୀ ସରକାର ।

କରୋନାରେ ଲୋକେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛନ୍ତି | ହସ୍ପିଟାଲରେ ମଧ୍ୟ ତା ଠୁ ବେଶୀ ଦୟନୀୟ ଅବସ୍ଥାରେ ଅଛନ୍ତି | ଏତେ ସବୁ ଅସୁବିଧା ଭିତରେ ମଣିଷ ଜୀବନ-ମରଣ ସମସ୍ୟା ଦେଇ ଗତି କରୁଛନ୍ତି | ସବୁ ବନ୍ଦ ଭିତରେ ବଂଚିବେ କେମିତି | ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨ ମାସର ମାଗଣା ରାସନ ଘୋଷଣା କରିଛନ୍ତି | କରୋନାରେ ବେଶୀ କ୍ଷତିଗ୍ରସ୍ଥ ହେଇଥିବା ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅନେକ ସହାୟତା ଯୋଜନା ଘୋଷଣା କରିଛନ୍ତି | ଦିଲ୍ଲୀର ୭୨ ଲକ୍ଷ ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଦୁଇ ମାସର ରାସନ ଦେବାକୁ ନିଷ୍ପତ୍ତି ନିଆଯାଇଛି | ଏହା ସହ ଦିଲ୍ଲୀରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି |

କେଜ୍ରିିୱାଲ ଆହୁରି କହିଛନ୍ତି କି, ଦିଲ୍ଲୀରେ ଲକଡାଉନ ଫଳରେ କରୋନା ଚେନ ଭାଙ୍ଗିବ ଓ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ
| ହେଲେ ଲକଡାଉନ ସମୟରେ ଦୈନିକ ରୋଜଗାର ଉପରେ ନିର୍ଭର କରୁଥିବା ଜନସାଧାରଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ତେଣୁ ଏଭଳି ସମୟରେ ଏହି ସହାୟତା ସେମାନଙ୍କୁ ଯୋଗାଇବା ସରକାରଙ୍କ ଦାୟିତ୍ୱ |

Post End