ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଦିନକୁ ଦିନ ସିଏନଜି କାର୍ ର ଚାହିଦା ବଢ଼ିବାରେ ଲାଗିଛି ।ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟଠାରୁ କମ୍ ଅଟେ ସିଏନଜି କାର । ତେବେ ଆସନ୍ତୁ ଜାଣିବା ମାରୁତି ସୁଜୁକିର ସର୍ବାଧିକ ମାଇଲେଜ୍ ଦେଉଥିବା CNG କାର୍ ବିଷୟରେ । ଏଠାରେ ଆମେ କହି ରଖୁଛୁ ଯେ, ଦିଲ୍ଲୀରେ CNG ର ମୂଲ୍ୟ କିଲୋଗ୍ରାମ ପିଛା ୭୫ ଟଙ୍କା ରହିଛି । ଅନେକ ରାଜ୍ୟରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ରହିବ ।
Celerio CNG
ମାରୁତି ସୁଜୁକି ସେଲେରିଓ CNG ମାଇଲେଜ୍ ହେଉଛି ୩୫.୬୦ କିଲୋମିଟର / କିଲୋଗ୍ରାମ । ମାରୁତି ସୁଜୁକି ସେଲେରିଓ ସିଏନଜି VXi ର (ଏକ୍ସ-ସୋରୁମ୍) ମୂଲ୍ୟ ୬.୭ ଲକ୍ଷରୁ ଆରମ୍ଭ। ସେଲେରିଓ CNG ଏକ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ୫୬ ବିଏଚପି ଏବଂ 82 Nm ଟର୍କ ଉତ୍ପାଦନ କରେ ।
WagonR CNG
ମାରୁତି ସୁଜୁକି ୱାଗନ୍ ଆର ସିଏନଜି ମାଇଲେଜ୍ ହେଉଛି ୩୪.୦୫ କିଲୋମିଟର / କିଲୋଗ୍ରାମ । ମାରୁତି ସୁଜୁକି ୱାଗନଆର CNG, LXi ଏବଂ VXi ଟ୍ରାଇମରେ ଆସିଥାଏ, ଯାହାର (ଏକ୍ସ-ସୋରୁମ୍) ମୂଲ୍ୟ ୬ .୩୪ ଲକ୍ଷରୁ ଆରମ୍ଭ ହୋଇଥାଏ। ଏଥିରେ ୯୯୮ ସିସି, ୩ ସିଲିଣ୍ଡର ଇଞ୍ଜିନ ଅଛି।
Alto 800 CNG
ମାରୁତି ଅଲ୍ଟୋ 800 CNG ୩୧.୫୯ କିଲୋମିଟର / କିଲୋଗ୍ରାମର ମାଇଲେଜ୍ ଦେଇଥାଏ । ଏହା ହେଉଛି ଭାରତର ସବୁଠାରୁ ଶସ୍ତା CNG କାର୍ । ମାରୁତି ସୁଜୁକି ଅଲ୍ଟୋ 800 CNG ମୂଲ୍ୟ ୫.୦୩ ଲକ୍ଷରୁ ଆରମ୍ଭ ହେଉଛି । ଏହା ୦.୮ ଲିଟର ଇଞ୍ଜିନ୍ ପାଇଥାଏ, ଯାହା ୪୦ ବିଏଚପି ଶକ୍ତି ଏବଂ ୬୦ Nm ଟର୍କ ସୃଷ୍ଟି କରିଥାଏ ।
Swift CNG
ମାରୁତି ସୁଜୁକି ସ୍ଵିଫ୍ଟ ସିଏନଜି ନିକଟରେ ଭାରତରେ ଲଞ୍ଚ କରାଯାଇଥିଲା, ଯାହାର ମୂଲ୍ୟ ୭.୭୭ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)। ସ୍ଵିଫ୍ଟ CNG ୩୦.୯ କିଲୋମିଟର / କିଲୋଗ୍ରାମର ମାଇଲେଜ୍ ଦେଇଥାଏ । ଏହା ୧.୨-ଲିଟର ଇଞ୍ଜିନ୍ ଦ୍ୱାରା ଚାଳିତ,ଯାହାକି ୫-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି।