ଭୁବନେଶ୍ୱର: ପ୍ରେମିକା ଥିଲା ନିଜ ଭାଇ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ଆମେରିକାରେ। ଏଠାରେ ଜଣେ ପୁଅ ଏବଂ ଝିଅ ୬ ବର୍ଷ ଧରି ସଂପର୍କରେ ଥିଲେ, କିନ୍ତୁ ହଠାତ୍ ସେମାନେ ସାମ୍ନାକୁ ଏପରି ଏକ ସତ୍ୟ ଆସିଲା, ଯାହାକୁ ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ବାସ୍ତବରେ, ଡିଏନ୍ଏ ଟେଷ୍ଟ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ ପ୍ରେମିକ ଜଣକ ତାଙ୍କର ନିଜ ଭାଇ । ଏନେଇ ଯୁବତୀ ଜଣକ ସୋସିଆଲ ମିଡିଆରେ ନିଜର ଅନୁଭୂତି ବାଣ୍ଟିଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ପ୍ରେମିକା ଜଣକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୋର ବୟସ ୩୦ ବର୍ଷ। ମୁଁ ଜଣେ ୩୨ ବର୍ଷୀୟ ଯୁବକଙ୍କ ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲି, କିନ୍ତୁ ନିକଟରେ ମୁଁ ଜାଣିବାକୁ ପାଇଲି ଯେ ଯେଉଁ ବ୍ୟକ୍ତିଙ୍କ ସହ ମୁଁ ସମ୍ପର୍କ ରଖିଥିଲି ସେ ମୋର ନିଜ ଭାଇ ଥିଲେ । ବର୍ତ୍ତମାନ ଏ ଖବର ଜାଣିବା ପରେ ମୁଁ ବହୁତ ଅଦ୍ଭୁତ ଅନୁଭବ କରୁଛି । ଯୁବତୀ ଜଣକ କହିଛନ୍ତି ଯେ ମୁଁ ମୋର ପିଲାଦିନରେ ପୋଷ୍ୟ ହୋଇଥିଲି । ଯଦିଓ ମୁଁ ୫-୬ ବର୍ଷ ପରେ ଏ ବିଷୟରେ ଜାଣିବାକୁ ପାଇଲି । ସେହିପରି ପ୍ରେମିକ ଯୁବକ ଜଣକକୁ ମଧ୍ୟ ପିଲାଦିନେ କେହି ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଫଳରେ ସମାନେ ନିଜ ପ୍ରକୃତ ବାପା-ମା,ଭାଇ-ଭଉଣୀ ବିଷୟରେ କିଛି ଜାଣିନଥିଲେ। ସେଥିପାଇଁ ଦୁହେଁ ନିକଟତର ହୋଇଥିଲେ ।
ଯୁବତୀ ଜଣକ କହିଛନ୍ତି ଯେ, ଆମେ ଦୁହିଁଙ୍କର ଡିଏନ୍ଏ ଟେଷ୍ଟ କରିଥିଲୁ। ଡିଏନ୍ଏ ଟେଷ୍ଟରେ ସେ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ଥିବା ପ୍ରକୃତ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଯାହାକୁ ଶୁଣିବା ପରେ ମୋ ପାଦ ତଳୁ ମାଟି ଖସିଯାଇଥିଲା । କିନ୍ତୁ ଏ ଖବର ମୁଁ ମୋର ପ୍ରେମିକଙ୍କୁ ଜଣାଇ ନାହିଁ। ସେ ତାଙ୍କୁ ଏ ବିଷୟରେ କିଛି କହିବାକୁ ମଧ୍ୟ ଚାହାନ୍ତି ନାହିଁ । ତାଙ୍କ ରିପୋର୍ଟ ଭୁଲ ହେଇଥାଉ ବୋଲି ପ୍ରାର୍ଥନା କରୁଛନ୍ତି। ଦୁହେଁ ଶୀଘ୍ର ପୁନର୍ବାର ପରୀକ୍ଷା କରିବାକୁ ଯିବେ।