ପ୍ରେମିକ ଦେଲା ପ୍ରେମିକାକୁ ଅଜବ ଧମକ, କହିଲା …କରୋନା ଟିକା ନେଲେ ଭାଙ୍ଗି ଯିବ ସମ୍ପର୍କ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ, ତଥାପି କିଛି ଲୋକ ଟିକାକରଣ ପାଇଁ ପ୍ରସ୍ତୁତ ନୁହଁନ୍ତି। ବ୍ରିଟେନର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛି ଯେ ଯଦି ସେ ଟିକା ନିଅନ୍ତି ତେବେ ସେ ତାଙ୍କ ସହ ଥିବା ସମ୍ପର୍କ ଭାଙ୍ଗି ଦେବେ। ପ୍ରେମିକଙ୍କ ଏଭଳି ଅଦ୍ଭୁତ ଧମକ ଶୁଣିବା ପର ପ୍ରେମିକା ଜଣକ ଚକିତ ହୋଇଯାଇଥିଲେ ।

‘ମିରର’ର ରିପୋର୍ଟ ଅନୁଯାୟୀ ମହିଳା ଜଣକ ସୋସିଆଲ ମିଡିଆରେ ତାଙ୍କ କାହାଣୀ ସେୟାର କରି ଲୋକଙ୍କ ଠାରୁ ପରାମର୍ଶ ଲୋଡି ଥିଲେ। ସେ କହିଥିଲେ ଯେ ସେ ଏବଂ ତାଙ୍କ ପ୍ରେମିକା ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ। ଝିଅଟି କରୋନା ଟିକା ର ପ୍ରଥମ ଡୋଜ ମଧ୍ୟ ପାଇ ସାରିଥିଲା, କିନ୍ତୁ ଯେତେବେଳେ ଦ୍ୱିତୀୟ ଡୋଜ ନେବାର ସମୟ ଆସିଲା ସେତେବେଳେ ତାଙ୍କ ପ୍ରେମିକା ତାଙ୍କୁ ଟିକା ନେବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । ପ୍ରେମିକ କହିଥିଲେ ଯେ ଯଦି ତୁମେ ଟିକା ନିଅ, ତେବେ ସେ ସମସ୍ତ ସମ୍ପର୍କ ଭାଙ୍ଗିଦେବେ।

ପୂର୍ବରୁ ଯେତେବେଳେ ସେ ମୋତେ ଏଭଳି କହିଥିଲେ, ପ୍ରଥମେ ମୁଁ ଭାବିଲି ଯେ ସେ ଥଟ୍ଟା କରୁଛନ୍ତି ବୋଲି , କିନ୍ତୁ ବର୍ତ୍ତମାନ ଭାବୁଛି ଯେ ସେ ଏହାକୁ ନେଇ ବହୁତ ସିରିଅସ ଅଛନ୍ତି । ମୁଁ କଣ କରିବି ବୁଝି ପାରୁନାହିଁ , ଟିକା ନେବି ନା ସମ୍ପର୍କ ଭାଙ୍ଗିବି ।

ରିପୋର୍ଟରେ କୁହାଯାଇଛି ଯେ ଝିଅଟି ଟିକା ନେବାକୁ ଚାହୁଁଛି, କାରଣ ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିବାକୁ ହେଲେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଟିକାକରଣ ସମ୍ପୂର୍ଣ୍ଣ କରିବାକୁ ପଡିବ। ଏହି ଦ୍ୱନ୍ଦ୍ୱ ଯୋଗୁଁ ସେ ବର୍ତ୍ତମାନ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି । ଏଭଳି ସମୟରେ ସେ କଣ କରିବେ ବୋଲି ଲୋକମାନଙ୍କ ଠାରୁ ମତାମତ ନେଉଛନ୍ତି ।

ଝିଅଙ୍କ ଏଭଳି ପୋଷ୍ଟରେ ଅନେକ ଲୋକ ସେମାନଙ୍କର ମନ୍ତବ୍ୟ ଦେଇଛନ୍ତି। ଅଧିକାଂଶ ଲୋକ ତାଙ୍କୁ ତାଙ୍କ ପ୍ରେମିକଙ୍କୁ ବୁଝେଇବାକୁ କହିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କୁ ଦ୍ୱିତୀୟ ଡୋଜକୁ ଘୃଣା କରିବାର କାରଣ ପଚାରିବା ଉଚିତ୍। ସହିପରି ଅନ୍ୟ ଜଣେ ବ୍ୟକ୍ତି ପରାମର୍ଶ ଦେଇ କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କ ସହ କଥା ହେବା ଉଚିତ ଏବଂ ତାଙ୍କୁ ଟିକା ନେବା କାହିଁକି ଆବଶ୍ୟକ ତାହା ମଧ୍ୟ କହିବା ଉଚିତ୍।