ଭୁବନେଶ୍ୱର: ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ପ୍ରାୟତଃ ଗୁଗୁଲର ସହାୟତା ନେଇଥାଉ । ଏହା ମଧ୍ୟ କୁହାଯାଇଛି ଯେ ଗୁଗୁଲ ପାଖରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅଛି। ପ୍ରତିବର୍ଷ ଗୁଗୁଲ୍ ଏହାର ସନ୍ଧାନ ଫଳାଫଳଗୁଡିକର ଏକ ରିପୋର୍ଟ ପ୍ରକାଶ କରେ । ଗତ ବର୍ଷ ମହିଳାମାନଙ୍କ ଇଣ୍ଟରନେଟ୍ ସହିତ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଗୁଗୁଲରେ ଯୁବତୀମାନେ କ’ଣ ଖୋଜନ୍ତି ?
ରିପୋର୍ଟ ଅନୁଯାୟୀ, ଝିଅମାନେ ନିଜ କ୍ୟାରିଅରକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ଅଧିକାଂଶ ଯୁବତୀ କେଉଁ କ୍ଷେତ୍ରରେ ସେମାନଙ୍କୁ କ୍ୟାରିୟର କରିବାକୁ ପଡିବ ସେନେଇ ଗୁଗୁଲରେ ସର୍ଚ୍ଚ କରିଥାନ୍ତି।
ଯୁବତୀମାନେ ଅନଲାଇନ୍ ସପିଂ ସାଇଟକୁ ମଧ୍ୟ ଅଧିକ ସର୍ଚ୍ଚ କରିଥାନ୍ତି । ଇଣ୍ଟରନେଟରେ ପୋଷାକ ଡିଜାଇନ୍, ନୂତନ କଲେକ୍ସନ୍, ଅଫର୍ ବିଷୟରେ ଅଧିକ ସନ୍ଧାନ କରନ୍ତି ।
ଯୁବତୀମାନେ ସୁନ୍ଦର ଏବଂ ଭିନ୍ନ ଦେଖାଯିବାକୁ ଭଲ ପାଆନ୍ତି। ଏଥିପାଇଁ ସେମାନେ ଇଣ୍ଟରନେଟର ସାହାଯ୍ୟ ନେଇଥାନ୍ତି । ଫ୍ୟାଶନ, ସୌନ୍ଦର୍ଯ୍ୟ ଏବଂ ଘରୋଇ ଉପଚାର ବିଷୟରେ ଜାଣିବା ପାଇଁ ସେମାନେ ଗୁଗୁଲର ସହାୟତା ନେଇଥାନ୍ତି ।
ଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି । ଯୁବତୀମାନେ ଇଣ୍ଟରନେଟରେ ଅନେକ ରୋମାଣ୍ଟିକ୍ ଗୀତ ଖୋଜନ୍ତି ଏବଂ ଶୁଣନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶର ମୋଟ ୧୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ଭାରତରେ ପ୍ରାୟ ୬୦ ନିୟୁତ ମହିଳା ନିଜର ଦୈନଦିନ ଜୀବନରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ ବ୍ୟବହାର କରୁଛନ୍ତି।