Odia

କମିଲା ସୁନା ଦର, ଏବେ କିଣି ଆଣନ୍ତୁ ନିଜ ପସନ୍ଦର ସୁନା ଏବଂ ରୁପା

ଜାତୀୟ ବଜାରରେ ପୁଣି ସୁନା ଦର କମିଥିବା ଦେଖିବାକୁ ମିଳିଛି । ଏପଟେ ଲଗାତାର ସୁନା ଦର ହ୍ରାସ କୁ ନେଇ ଗ୍ରାହକଙ୍କ ମନରେ ଟିକେ ଖୁସି ନଜର ଆସିଛି । କିନ୍ତୁ ଆମ ରାଜଧାନୀ ଭୁବନେଶ୍ବର ରେ କେତେ ଟଙ୍କା ସୁନା ଦର କମିଛି ଆସନ୍ତୁ ଜାଣିବା ? ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯, ୪୫୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ସେହିଭଳି ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ସୁନା ଦର ୫୨, ୩୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୪୮,୦୦୦ ଟଙ୍କାରେ ପହଞ୍ଚିଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।

ମୁମ୍ବାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୯,୪୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୫୦,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୯୦୦ ଟଙ୍କା ଓ ୫୩,୩୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୮,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨, ୩୬୦ ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୫୨୦ ଟଙ୍କା ଓ ୫୨,୪୩୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୁପା ଦର ମଧ୍ୟ କିଲୋଗ୍ରାମ ପ୍ରତି ୬୧,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି। ଗ୍ରାହକଙ୍କ ମନରେ ସେହି ଗୋଟିଏ ଆଶା ପୂର୍ବ ଦର ତୁଳନାରେ କେବେ ସେ ସୁନା କିଣିବା ପାଇଁ ସକ୍ଷମ ହେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button
Close