Odia

ବଢୁଛି ସୁନା ଆଉ ଚାନ୍ଦି: ଜାଣନ୍ତୁ ରାଜଧାନୀ ଭୁବନେଶ୍ୱରରେ କେତେଥିଲା କେତେ ହେଲା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାପଡିଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୧୦ ଟଙ୍କା ବଢ଼ି ୫୧,୭୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୧୧୦ ଟଙ୍କା ବଢ଼ି ୫୦ ,୭୭୦ଟଙ୍କାରେ ପହଁଚିଥିବା ଜଣାଯାଇଛି ।

ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୪,୯୪୦ ଟଙ୍କା ଓ ୫୦୩୭୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୭୭୦ଟଙ୍କା ଓ ୫୦,୭୭୦ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୨,୪୬୦ ଟଙ୍କା ଓ ୫୧୨୬୦ଟଙ୍କା ଥିବା ରେକର୍ଡ ହୋଇଛି ।

ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୪,୯୫୦ଟଙ୍କା ଓ ୫୦୩୮୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୨,୪୬୦ ଟଙ୍କା ଓ ୫୧,୦୬୦ ଟଙ୍କା ଥିବା ଜଣାଯାଇଛି ।

ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ୬୬୦୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

Tags

Related Articles

Back to top button
Close