Odia
Trending

ପାର୍ବଣ ପୂର୍ବରୁ ବଢ଼ିଲା ସୁନା ଆଉ ରୂପା , ଜାଣନ୍ତୁ ଭୁବନେଶ୍ୱରେ କେତେ ଅଛି ରେଟ ?

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସୁନା ଭାରତୀୟ ବଜାରରେ କେତେକ ସ୍ଥାନରେ ସ୍ଥିର ରହିଥିବା ବେଳେ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । କେତେକ ସ୍ଥାନରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୭୬୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୭୬୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ଦାମ୍ ୫୦,୭୬୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୭୬୦ ଟଙ୍କାରେ ସ୍ଥିର ରହିଥିବା ନେଇ ରେକର୍ଡ ହୋଇଛି । ସେପଟେ ରାଜଧାନୀ ଦିଲ୍ଲୀରେ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ଦର ୫୦ ହଜାର ୪୧୦ ଟଙ୍କା ଓ ୫୫,୦୧୦ ଟଙ୍କା ଥିବା ନେଇ ଜଣାଯାଇଛି ।

ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୨ କ୍ୟାରେଟ ଦର ୪୯,୭୩୦ ଟଙ୍କା ଓ ୨୪ କ୍ୟାରେଟ ଦର ୫୪,୨୧୦ ଟଙ୍କା ପହଁଚିଥିବା ନେଇ ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ।

ସହରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୭୩୦ ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୪, ୨୧୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦର କିଲୋଗ୍ରାମ ପ୍ରତି ୬୬୩୬୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close