ଦୁନିଆରେ କେବଳ ୪୩ ଜଣଙ୍କ ଠାରେ ଦେଖିବାକୁ ମିଳିଛି ଏହି ବିରଳ ରକ୍ତ,ଜାଣନ୍ତୁ…ଏହି ରକ୍ତର ବିଶେଷତ୍ୱ

ଭୁବନେଶ୍ୱର : ସୁସ୍ଥ ରହିବା ପାଇଁ ଶରୀରରେ ଭଲ ପରିମାଣର ରକ୍ତ ରହିବା ଅତ୍ୟନ୍ତ ଜରୁରୀ ଅଟେ। କରୋନା ଭାଇରସ ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ରକ୍ତ ଏବଂ ପ୍ଲାଜମା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା, ଆପଣ ନିଶ୍ଚିତ ଭାବରେ A, B, AB, O+ ଏବଂ O- ପରି ଅନେକ ରକ୍ତ ବିଷୟରେ ଶୁଣିଥିବେ । ହେଲେ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ବିରଳ ରକ୍ତ କଣ ?

ମେଡିସିନ୍ ନେଟରେ ପ୍ରକାଶିତ ଖବର ଅନୁଯାୟୀ ଗୋଲଡେନ୍ ବ୍ଲଡ୍ ଗ୍ରୁପ୍ ବିରଳ ରକ୍ତ ଭାବରେ ବିବେଚନା କରାଯାଇଛି । ଏହାର ପ୍ରକୃତ ନାମ ହେଉଛି Rh Null Blood Group । ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହାର ନାମ ଗୋଲଡେନ୍ ବ୍ଲଡ୍ ରଖିଛନ୍ତି। ଏହି ରକ୍ତର ବିଶେଷତ୍ୱ ହେଉଛି ଯେ, ଏହା ଯେକୌଣସି ବ୍ଲଡ଼ ଗ୍ରୁପର ଲୋକଙ୍କୁ ଦିଆଯାଇପାରେ । ପ୍ରତ୍ୟେକ ବ୍ଲଡ୍ ଗ୍ରୁପ୍ ସହିତ ଏହା ସହଜରେ ମିଶିଯାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ଲଡ଼ ଗ୍ରୁପରେ କୌଣସି ଆଣ୍ଟିଜେନ୍ ନାହିଁ । ଆମେରିକାର Rare Disease Information Centre ଅନୁଯାୟୀ, ଗୋଲଡେନ୍ ବ୍ଲଡ୍ ଗ୍ରୁପ୍ ଆଣ୍ଟିଜେନ୍ସରୁ ବଞ୍ଚିତ, ତେଣୁ ଯେଉଁମାନଙ୍କର ଶରୀରରେ ଏହି ରକ୍ତ ଥାଏ ସେମାନେ Anaemia Disease ର ଶିକାର ହୋଇଥାନ୍ତି । ଡାକ୍ତରମାନେ ସେମାନଙ୍କୁ ଡାଏଟ୍ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଅଧିକରୁ ଅଧିକ ଆଇରନ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଏକ ଅନୁସନ୍ଧାନ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ରକ୍ତ କେବଳ ୪୩ ଜଣଙ୍କଠାରେ ମିଳିଛି। ଏଥିମଧ୍ୟରେ ବ୍ରାଜିଲ, କଲମ୍ବିଆ, ଜାପାନ, ଆୟର୍ଲାଣ୍ଡ ଏବଂ ଆମେରିକାର ଲୋକମାନେ ଅଛନ୍ତି। ଡାକ୍ତରମାନେ ଏହି ଲୋକଙ୍କୁ କ୍ରମାଗତ ଭାବରେ ରକ୍ତ ଦାନ କରିବାକୁ ଉତ୍ସାହିତ କରୁଛନ୍ତି ଯାହା ଦ୍ୱାରା ଏହି ରକ୍ତ କେବଳ ଆବଶ୍ୟକ ସମୟରେ ସେମାନଙ୍କ ପାଇଁ ବ୍ୟବହାର କରାଯାଇପାରିବ।