ଭୁବନେଶ୍ୱର: ସେ ପିଲା ହୁଅନ୍ତୁ କି ବୟସ୍କ ଆଜିର ଦିନରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ହେଲେ ପିଲାମାନେ ଏକୁଟିଆ ଥିବା ବେଳେ ସ୍ମାର୍ଟଫୋନରେ କଣ କରୁଛନ୍ତି, କଣ ଦେଖୁଛନ୍ତି ତାହା ଅଭିଭାବକ ଜାଣିପାରୁନାହାନ୍ତି । ଏହି କ୍ଷେତ୍ରରେ ଏକ ଆପ୍ ଆପଣଙ୍କୁ ସାହାଯ୍ୟ କରିପାରିବ।
ଏହି ସବୁ ସମସ୍ୟା ପାଇଁ ଗୁଗୁଲ୍ Family App ଆପ୍ କୁ ଡିଜାଇନ୍ କରିଛି। ଯଦି ଆପଣଙ୍କର ପିଲା ଛୋଟ କିମ୍ବା କିଶୋର,ତେବେ ଆପଣ ଫ୍ୟାମିଲି ଲିଙ୍କ୍ ଆପ ମାଧ୍ୟମରେ ତାଙ୍କ ଉପରେ ନଜର ରଖିପାରିବେ। ଆପଣ ଏହି ଆପକୁ ଆପଣଙ୍କ ପିଲାଙ୍କ ଫୋନରେ ଇନଷ୍ଟଲ କରିପାରିବେ।
ପିଲାଟି ସ୍ମାର୍ଟଫୋନ କୁ କେତେ ସମୟ ବ୍ୟବହାର କରୁଛି ତାହା ଆପ୍ କହିବ। ପିଲାଟି କେଉଁ ଆପ୍ ବ୍ୟବହାର କରୁଛି ସେ ସମ୍ବନ୍ଧରେ ମଧ୍ୟ ସବିଶେଷ ତଥ୍ୟ ରହିବ। ଯଦି ପିଲାଟି କୌଣସି ଆପ୍ କୁ ଡାଉନଲୋଡ଼ କରୁଛି ଏବଂ ପରବର୍ତ୍ତୀ ସମୟରେ ତାହାକୁ ଡିଲିଟ କରି ଦେଉଛି, ତେବେ ସେ ତଥ୍ୟ ମଧ୍ୟ ଆପଣ ଜାଣିପାରିବେ।
ଏହା ସହ ଆପରେ ସମୟ ସୀମା ସେଟ୍ କରିବା ନେଇ ଏକ ବିକଳ୍ପ ମଧ୍ୟ ରହିଛି। ଯଦି ପିଲାଟି ରାତିସାରା ସ୍ମାର୍ଟଫୋନ୍ ବ୍ୟବହାର କରୁଛି, ତେବେ ଏହି ଆପ୍ ସାହାଯ୍ୟରେ ପିଲାଟିର ଫୋନ୍ କୁ ଆପଣ ଲକ୍ କରିପାରିବେ।
ଏହି ଆପ୍ ମାଧ୍ୟମରେ ପିଲାଟି କେଉଁ ସମୟରେ କେଉଁଠି ଅଛି ତାହା ମଧ୍ୟ ଆପଣ ଅତି ସହଜରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଆପରେ ଥିବା ଲୋକେସନ ମୋଡ୍ କୁ ଅନ ରଖିବାକୁ ପଡିବ। ଯାହାଫଳରେ ଆପଣ ସହଜରେ ମୋବାଇଲକୁ ଟ୍ରାକ୍ କରିପାରିବେ।