ଭୁବନେଶ୍ୱର: ଗୁଗୁଲ୍ ମ୍ୟାପ୍ସ ରେ ଏଭଳି କିଛି ଫିଚର୍ସ ରହିଛି ଯାହାକି କେବଳ ଆପଣଙ୍କର ଡ୍ରାଇଭିଂକୁ ସୁରକ୍ଷିତ କରେ ନାହିଁ ବରଂ ଆପଣଙ୍କ ଚାଲାଣ କାଟିବା ଠାରୁ ମଧ୍ୟ ରକ୍ଷା କରେ। କିନ୍ତୁ ସୂଚନା ଅଭାବରୁ ଖୁବ କମ୍ ଲୋକ ଏହି ଫିଚର୍ସକୁ ବ୍ୟବହାର କରନ୍ତି।
ଗୁଗୁଲ୍ ମ୍ୟାପ୍ସ ସ୍ପିଡ୍ ସୀମା ଚେତାବନୀ (Google Maps Speed Limit Warning) । ଯେତେବେଳେ ଆପଣ ଗାଡି ଚଲାଇବା ସମୟରେ ସ୍ପିଡ୍ ସୀମା ଅତିକ୍ରମ କରନ୍ତି,ସେତେବେଳେ ଏହି ଫିଚର୍ସ ଆପଣଙ୍କୁ ସତର୍କ କରାଇବ ଯେ ଆପଣଙ୍କ ଗାଡିର ଗତି ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ବଗରେ ଚଲାଉଛନ୍ତି । ଏନେଇ ଆପଣଙ୍କ ସ୍କ୍ରିନରେ ଏକ ନୋଟିଫିକେସନ ଦେଖାଯିବ। ଯାହାଫଳରେ ଆପଣ ଗାଡିର ଗତି ନିୟନ୍ତ୍ରଣରେ ରହିବ ଏବଂ ଦୁର୍ଘଟଣାର ସମ୍ଭାବନା ବହୁ ପରିମାଣରେ ହ୍ରାସ ପାଇବ ।
ଗୁଗୁଲ୍ ମ୍ୟାପ୍ସ ର ଏହି ଫିଚର୍ସ ବ୍ୟବହାର କରିବାକୁ ହେଲେ , ପ୍ରଥମେ ଆପଣ ଗୁଗୁଲ୍ ମ୍ୟାପ୍ ଆପ୍ଲିକେସନ୍ ଖୋଲନ୍ତୁ । ଡାହାଣ ଏବଂ ଉପର ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଫଟୋ ବିଭାଗକୁ ଯାଆନ୍ତୁ। ସେଠାରେ ଆପଣ ସେଟିଂର ଏକ ଅପ୍ସନ୍ ଦେଖିବେ । ଏହା ଉପରେ କ୍ଲିକ୍ କରନ୍ତୁ । ଏହା ପରେ, ନାଭିଗେସନ୍ ସେଟିଂ (Navigation Settings) ସମୂହକୁ ଯାଆନ୍ତୁ ଏବଂ ସ୍ପିଡ୍ ସୀମା ବଟନ୍ ଅନ୍ କରନ୍ତୁ। ଏହାକୁ ଅନ୍ କରିବା ମାତ୍ରେ ସ୍ପିଡୋମିଟର ଫିଚର୍ସ କାମ ଆରମ୍ଭ କରିବ।