ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପୁଣିଥରେ ହେଇପାରେ ଲକଡାଉନ | ସତର୍କ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ |

ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବଢିବା ଦେଖି ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି | ଏପଟେ ବିଦ୍ୟାଳୟ ଖୋଲା ସରିଛି | ବିଦ୍ୟାଳୟମାନଙ୍କରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି |

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି | ତଥାପି କରୋନା ବଢିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଏସପି ଓ ଜିଲ୍ଲାପାଳମାନଙ୍କୁ ଏକ ସରକୁଲାର ଜାରି କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା | ଏତଦ ବ୍ୟତୀତ ଏସଆରସି ମଧ୍ୟ ଏକ କୋଭିଡ ନିୟମାବଳୀ କଡ଼ାକଡ଼ିଭାବେ ପାଳନ ପାଇଁ ସେଥିରେ ଉଲ୍ଲେଖ କରିଛନ୍ତି |

-ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ
-ବାରମ୍ବାର ହାତ ସାନିଟାଇଜ଼ କରିବେ
-ଦୂରତ୍ୱ ରକ୍ଷା କରିବେ
-ହୋଟେଲ , ଢ଼ାବା ଇତ୍ୟାଦିମାନଙ୍କରେ କଟକଣା ବଳବତ୍ତର ରହିବ, ଇତ୍ୟାଦି |

କୋଭିଡ କଟକଣାର ସମସ୍ତ ନିୟମ ବାଧ୍ୟତାମୂଳକ କରିବାପାଇଁ ଏସ ପି ଓ ଜିଲ୍ଲାପାଳମାନଙ୍କୁ ଦାଇତ୍ୱ ଦିଆଯାଇଛି |
ଜନସାଧାରଣ ଯଦି କୋଭିଡ ଗାଇଡଲାଇନକୁ ମାନିକି ଚଳନ୍ତି ତେବେ, ଲକଡାଉନ ମଧ୍ୟ ହେବନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି |
ଆହୁରି ଏହା ମଧ୍ୟ କହିଛନ୍ତି କି , ଯଦି ରାଜ୍ୟରେ କୋଭିଡ ପରିସ୍ଥିତି ଅସମ୍ଭାଳ ହୁଏ ତେବେ ବାଧ୍ୟ ହୋଇ ଲକଡାଉନ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ଜଣାଇଛନ୍ତି |

ସୂଚନା ଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ରେ ପହଞ୍ଚିିଛି | ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୭ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୩୧ ଜଣ |