ଭୁବନେଶ୍ୱର: ଆପଣମାନେ ସମସ୍ତେ ବାହାଘର ଦେଖିଥିବେ। କନିଆଁ କୁ ନେବା ପାଇଁ ବର ପ୍ରାୟତଃ କାର କି ଘୋଡା ଗାଡ଼ିରେ ଆସିଥାଏ ,ହେଲେ ଆଜି ଆମେ ଏମିତି ଏକ ବାହାଘର କଥା କହିବାକୁ ଯାଉଛୁ ଯାହାକି ଆପଣମାନଙ୍କୁ ଟିକେ ଚିନ୍ତାରେ ପକେଇଦେବ।
ଭାଇରାଲ୍ ହେଉଥିବା ଫଟୋ ଉଦୟପୁରର, ଯେଉଁଠାରେ ଲୋକମାନେ ବରର ଅବସ୍ଥା ଦେଖିବା ପରେ ଦମ୍ପତିଙ୍କ ପ୍ରେମକୁ ପ୍ରଶଂସା କରୁଛନ୍ତି । ବିବାହର ଦିନକ ପୂର୍ବରୁ ବର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ବରର ନାମ ହେଉଛି ରାହୁଲ କଟାରିଆ, ଯିଏ ଷ୍ଟ୍ରେଚରରେ କନିଆଁ ଘରେ ପହଞ୍ଚିଥିଲେ।
ରାହୁଲ କାଟାରିଆ ପାରିବାରିକ କାମ ପାଇଁ ଅହମ୍ମଦାବାଦ ଯାଇଥିଲେ। ଫେରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ରାହୁଲଙ୍କ ଗୋଡରେ ଗଭୀର ଆଘାତ ଲାଗିବା ଫଳରେ ଡାକ୍ତର ତାଙ୍କ ଗୋଡ଼କୁ ପ୍ଲାଷ୍ଟର କରିଦେଇଥିଲେ । ଯାହାକି ରାହୁଲଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ସେ ଠିକ ସେ ଚାଲିବୁଲି ପାରୁନଥିଲେ । ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ସେ ବିବାହକୁ ସ୍ଥଗିତ ରଖିବାକୁ ଚିନ୍ତା କରିଥିଲେ, କିନ୍ତୁ ପରେ ପରିବାରରୁ ଉତ୍ସାହ ପାଇବା ପରେ ରାହୁଲ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୋଡ ପ୍ଳାଷ୍ଟର ହୋଇଥିବାରୁ ରାହୁଲ ଆମ୍ବୁଲାନ୍ସ ଯୋଗେ ବିବାହ ସ୍ଥଳରେ ପହଞ୍ଚିଥିଲେ। ପରେ ତାଙ୍କ ଜୀବନ ସାଥି ରିତିକା ସହ ବୈଦିକ ରୀତିନୀତିରେ ବିବାହ କରିଥିଲେ। ରାହୁଲଙ୍କ ଏଭଳି ବିବାହ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।