କରୋନା ପାଇଁ ବନ୍ଦ ହେଲା ରାଜ୍ୟର ସମସ୍ତ କଲେଜ ,ଅନଲାଇନ୍ ରେ କ୍ଲାସ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : କୋଭିଡ -19 କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କଲେଜକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଅନୁଯାୟୀ ଗୁଜୁରାଟର ସମସ୍ତ ସରକାରୀ ଏବଂ ବେସରକାରୀ କଲେଜ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଡାକିବା ପରିବର୍ତ୍ତେ ଅନଲାଇନ୍ ମାଧ୍ୟମରେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପ୍ରିଲ୍ ଆରମ୍ଭରେ, ୧ ରୁ ୧୦ ମ ଶ୍ରେଣୀର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଗତ ବର୍ଷ ପୂର୍ବରୁ ବନ୍ଦ ଥିବା ରାଜ୍ୟ ବିଦ୍ୟାଳୟ ଓ କଲେଜଗୁଡ଼ିକ ଜାନୁଆରୀ ୨୦୨୧ଏବଂ ଫେବୃଆରୀରେ ପର୍ଯ୍ୟାୟକ୍ରମେ ଖୋଲାଯାଇଥିଲା।