ନାବାଳକକୁ ଅମାନୁଷିକ ଭାବେ ମାଡ ମାରି ନିଲମ୍ବନ ହେଲେ ହାବିଲ୍‌ଦାର

ପାରାଦ୍ୱୀପ: ମାସ୍କ ପିନ୍ଧି ନଥିବାରୁ ନାବାଳକକୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ ମାରିବା ମାହାଙ୍ଗା ପଡିଲା | ଅମାନୁଷିକ ମାଡ ପାଇଁ ସସପେଣ୍ଡ ହୋଇଛନ୍ତି ହାବିଲ୍‌ଦାର | କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ଜଗତସିଂହପୁର ଏସ୍‌ପି | ହାବିଲଦାର ଜଣଙ୍କ ହେଲେ ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନାର ବିଦ୍ୟାଧର ପରିଡା |

ଗତକାଲି ସନ୍ଧ୍ୟାରେ ଷଣ୍ଢକୁଦ ଅଂଚଳର ୧୨ ବର୍ଷର ନାବାଳକ ପାଣି ଆଣିବାକୁ ଯାଉଥିଲେ | ମୁହଁରେ ମାସ୍କ ନ ଥିବାରୁ ହାବିଲଦାର ବିଦ୍ୟାଧର ପ୍ଲାଷ୍ଟିକ ପାଇପ୍‌ ରେ ଅତି ଅମାନୁଷିକ ଭାବେ ପିଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ | ନାବାଳକକୁ ଗୁରୁତର ଅବସ୍ଥାରେ ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏ ନେଇ ପ୍ରତିକ୍ରିୟା ରଖିଥିଲେ ଜଟାଧାର ମୁହାଣ ଥାନା ଅଧିକାରୀ | ସେ କହିଥିଲେ, ମାସ୍କ ପିନ୍ଧି ନଥିବାରୁ ପାଇପ୍‌ ବୁଲାଉ ବୁଲାଉ ତା’ ଦେହରେ ବାଜି ଯାଇଥିଲା |

Post End